ପ୍ରସ୍ତୁତ ହେବ ୬ଟି ଆଙ୍ଗୁଠି ଥିବା ରୋବଟ୍, ଏମିତି ରହିଛି କାରଣ

ଜର୍ମାନୀର ଯୁନିଭର୍ସିଟି ଅଫ ବ୍ରିବର୍ହ ଆଣ୍ଡ ଇମ୍ପିରିୟଲ କଲେଜରେ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏକ ରୋଚକ ତଥ୍ଯର ଖୁଲାସା ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଲୋକଙ୍କ ହାତରେ ଓ ପାଦରେ ୬ଟି ଲେଖାଏଁ ଆଙ୍ଗୁଠି ଥାଏ, ସେମାନେ ୫ ଆଙ୍ଗୁଠି ଥିବା ବ୍ଯକ୍ତିମାନଙ୍କ ଠାରୁ ଭଲ ଭାବେ କାମକୁ କରିଥାନ୍ତି । କେବଳ ଏତିକି ନୁହେଁ, ୬ ଆଙ୍ଗୁଠି ଥିବା ଲୋକଙ୍କ ବ୍ରେନ୍ ମଧ୍ଯ ୫ ଆଙ୍ଗୁଠି ବିଶିଷ୍ଟ ବ୍ଯକ୍ତିମାନଙ୍କ ତୁଳନାରେ ଉତ୍ତମ ଭାବେ କାମ କରିଥାଏ ଏବଂ ଭଲ ସନ୍ତୁଳନ ରକ୍ଷା କରିଥାଏ ।
ଗବେଷଣାକାରୀଙ୍କ କହିବାନୁସାରେ ହାତ କିମ୍ବା ପାଦରେ ଅତିରିକ୍ତ ଆଙ୍ଗୁଠି ରହିବା କିଛି ରୋଗ ନୁହେଁ । ଏହାକୁ ବିୈଜ୍ଞାନିକ ଭାଷାରେ ପଲିଡେକ୍ଟିଲି କୁହାଯାଏ । ସାଧାରଣତଃ ପ୍ରାୟ ୮୦୦ ଜଣଙ୍କ ମଧ୍ଯରୁ ଜଣଙ୍କ ହାତରେ କିମ୍ବା ପାଦରେ ୬ଟି ଆଙ୍ଗୁଠି ଥାଏ । ପ୍ରାୟ ୫୦୦ରୁ ଜଣେ ସର୍ଜରୀ କରି ଏହାକୁ କାଢି ମଧ୍ଯ ଦେଇଥାନ୍ତି ।
୬ ଆଙ୍ଗୁଠି ଥିବା ରୋବଟ୍
ଯେହେତୁ ୬ ଆଙ୍ଗୁଠି ଥିବା ବ୍ୟକ୍ତି ଅନ୍ୟ ବ୍ଯକ୍ତିଙ୍କ ତୁଳନାରେ ଶୀଘ୍ର କାମ କରିଥାଏ ତେଣୁ ବୈଜ୍ଞାନିକଙ୍କ ମତରେ ଭବିଷ୍ଯତରେ ପ୍ରସ୍ତୁତ ହେବାକୁ ଥିବା ରୋବଟଙ୍କର ମଧ୍ୟ ୬ ଆଙ୍ଗୁଠି ରହିବା ଆବଶ୍ଯକ । ଯାହା ଫଳରେ ସେମାନେ ଶୀଘ୍ର ଶୀଘ୍ର କାମ କରିପାରିବେ ।
ତୀବ୍ର ଗତିରେ କାମ କରିଥାନ୍ତି ୬ ଆଙ୍ଗୁଠି ବିଶିଷ୍ଟ ବ୍ଯକ୍ତି
ଏହି ରିସର୍ଚ୍ଚ ନେଚର କମ୍ଯୁନିକେଶନରେ ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଛି ଯେ ଅଧିକାଂଶ ଲୋକଙ୍କ ୬ଷଷ୍ଠ ଆଙ୍ଗୁଠି ତାଙ୍କୁ ୫ ଆଙ୍ଗଠି ସହିତ ଆଉ ଏକ ଆଙ୍ଗୁଠିର ସହଯୋଗ ପ୍ରଦାନ କରିଥାଏ । ଯାହା ଫଳରେ କାମଟି ଅଧିକ ସହଜ ହୋଇଯାଏ । ୬ ଆଙ୍ଗୁଠି ବିଶିଷ୍ଟ ଲୋକ ଜୋତାର ଫିତା ବାନ୍ଧିବା ସହିତ ଟାଇପିଂ କରିବା, ବହିର ପେଜ୍ ଓଲଟାଇବା ଓ ମୋବାଇଲ କିମ୍ବା ଭିଡିଓ ଗେମ୍ ଖେଳିବା ଆଦି କାମ ତୀବ୍ର ଗତିରେ କରିପାରିଥାନ୍ତି । ଅବଶ୍ଯ ସେମାନଙ୍କୁ ହାତରେ ଗ୍ଲୋବ୍ସ କିମ୍ବା ପାଦରେ ମୋଜା ପିନ୍ଧିବାରେ ଅସୁବିଧା ହୋଇଥାଏ ।