ପ୍ରମୁଖ ଖବର
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ବ୍ରାଉନ୍‌ସୁଗରର ହୋମ୍‌ ଡେଲିଭରୀ, ‘ରସୁଣ’ ମାଗିଲେ ଧଳା ଜହର ମିଳେ,ଦୁଇ ବେପାରୀଙ୍କଠୁ ୮.୫ ଲକ୍ଷର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର,୨୫ ।୧(ବ୍ୟୁରୋ): ପୁଲିସ ଓ ଅବକାରୀ ବିଭାଗକୁ ଚକ୍‌ମା ଦେଇ ଦୀର୍ଘ ଦିନ ଧରି କୋଡ୍‌ ୱାର୍ଡରେ ବ୍ରାଉନ୍‌ସୁଗର କାରବାର କରୁଥିବା ଜଣେ ବିଟେକ୍‌ ଛାତ୍ର ଆଜି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ହାତରେ ଧରା ପଡ଼ିଛନ୍ତି । ତାଙ୍କ ନାମ ବିଶ୍ୱଜିତ ସ୍ୱାଇଁ । ଘର ଜଗତସିଂହପୁର ଅରିଲୋ । ତାଙ୍କୁ ପଟିଆ ବିଗ୍‌ବଜାର ଛକରୁ ଆଜି ଗିରଫ କରାଯିବା ସହ ତାଙ୍କଠାରୁ ୬୦ ଗ୍ରାମ୍‌ର ବ୍ରାଉନ୍‌ସୁଗର ଓ ଏକ ବାଇକ୍‌ ଜବତ ହୋଇଛି । ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ।
କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱଜିତ ବିଟେକ୍‌ ପାସ୍‌ ପରେ ବ୍ରାଉନ୍‌ସୁଗର ବେପାର ଆରମ୍ଭ କରିଥିଲେ । ପଟିଆ ଅଞ୍ଚଳରେ ଭଡ଼ାରେ ରହୁଥିଲେ । ଯେଉଁ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ ସେହି ଛାତ୍ରମାନଙ୍କୁ ବ୍ରାଉନସୁଗର ଯୋଗାଇ ଆସୁଥିଲେ । ଏପରିକି ଗ୍ରାହକଙ୍କୁ ହୋମ ଡେଲିଭରି ଦେଉଥିଲେ । ବ୍ରାଉନସୁଗରର କୋଡ୍‌ ୱାର୍ଡ ‘ରସୁଣ’ ରଖଥିଲେ । ଆଜି ବିଶ୍ୱଜିତ ପଟିଆ ବିଗ୍‌ବଜାର ଛକରେ ଜଣେ ଗ୍ରାହକଙ୍କୁ ବ୍ରାଉନ୍‌ସୁଗର ଦେବାକୁ ଆସୁଥିବା ବେଳେ ଟିମ୍‌ ସେଠାରେ ଚଢ଼ଉ କରି ତାଙ୍କ ନିକଟରୁ ୬୦ ଗ୍ରାମ ବ୍ରାଉନ୍‌ସୁଗର ଓ ଏକ ବାଇକ୍‌ ଜବତ କରିଥିଲା । ଜେରାବେଳେ ସେ ବାଲେଶ୍ୱର ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଆଣି ରାଜଧାନୀରେ ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ କାରବାର କରୁଥିବା ସୂଚନା ଦେଇଥିଲେ । ବିଶ୍ୱଜିତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

ଆଇଗିଣିଆ ଅଣ୍ଡର ପାସ୍‌ରୁ ବେପାରୀ ଧରାପଡ଼ିଲା: କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍ସନ୍‌ ଟିମ୍‌(କ୍ୟୁଏଟି) ଓ ଖଣ୍ଡଗିରି ଥାନା ପୁଲିସ ଆଜି ଅପରାହ୍ଣରେ ଆଇଗିଣିଆ ଅଣ୍ଡରପାସ୍‌ରୁ ଜଣେ ବ୍ରାଉନ୍‌ସୁଗର ବେପାରୀକୁ ଗିରଫ କରିଛନ୍ତି । ତାଙ୍କ ନାମ ରିଙ୍କୁ ଓରଫ ପ୍ରଶାନ୍ତ କୁମାର ସାହୁ(୩୦) । ଘର ଜାଗମରା ଉପରସାହି । ରିଙ୍କୁଙ୍କ ନିକଟରୁ ୨୩ ଗ୍ରାମର ବ୍ରାଉନ୍‌ସୁଗର, ୧୦ ହଜାର ୩ଶହ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ତେବେ ରିଙ୍କୁ କେତେଦିନ ହେଲା ଏହି କାରବାର କରୁଥିଲେ ଓ କେଉଁଠୁ ବ୍ରାଉନ୍‌ସୁଗର ଆଣୁଥିଲେ ସେନେଇ ପୁଲିସ ତାଙ୍କୁ ଅଧିକ ଜେରା ଚଳାଇଛି । ଆସନ୍ତାକାଲି ରିଙ୍କୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.