PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ବ୍ରାଜିଲରେ ବନ୍ଧ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା, ୩୪୫ ନିଖୋଜ

source:www.jagran.com

ବୃମାଦିହ୍ନ ୨୭/୧: ଦକ୍ଷିଣ-ପୂର୍ବ ବ୍ରାଜିଲରେ ଶୁକ୍ରବାର ଖଣିରେ ନିର୍ମାଣ ହୋଇଥିବା ବନ୍ଧ ଭାଙ୍ଗିବା ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଛୁଇଁଛି । ଏପର୍ଯ୍ୟନ୍ତ ୩୪୫ ଲୋକ ନିଖୋଜ ଅଛନ୍ତି । ହେଲିକପ୍ଟର ଜରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଟିମ୍ କାଦୁଅ ଭିତରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ କହିରଖୁଛୁ ୨୦୧୮ ସେପ୍ଟେମ୍ବରରେ ଜର୍ମାନୀର ବିଶେଷଜ୍ଞ ଏହି ଖଣିକୁ କ୍ଲିନ୍ ଚିଟ୍ ଦେଇଥିଲେ । ଏହି ଅଘଟଣ ପରେ ପରିବେଶ ସଂରକ୍ଷଣ ଏଜେନ୍ସି ଆଇବିଏଏମଏ ଖନନ କମ୍ପାନୀ ଉପରେ ୫ ଅରବ ଟଙ୍କାର ଜୋରିମାନା ଲଗାଇଛି । ୨୦୧୫ରେ ମଧ୍ୟ ଏହି ରାଜ୍ୟରେ ଏକ ଖଣିରେ ବନ୍ଧ ଭାଙ୍ଗିବା ଫଳରେ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା ।