ନୂଆଦିଲ୍ଲୀ,୧୨/୦୯: ବ୍ରାଜିଲ ସୁ୍ପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ୨୭  ବର୍ଷ ୩ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । ଦେଶରେ ବିଦ୍ରୋହ ଷଡ଼ଯନ୍ତ୍ର ଅଭିଯୋଗରେ ବୋଲସୋନାରୋଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦାଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହି ଦଣ୍ଡାଦେଶ ବ୍ରାଜିଲ ଇତିହାସରେ ପ୍ରଥମ ଯାହା ପୂର୍ବ ରାଷ୍ଟ୍ରପତିଙ୍କୁ ଲୋକତନ୍ତ୍ରରେ  ଦୋଷୀ ସାବ୍ୟସ୍ତ କରାଯାଇଛି । ୭୦ ବର୍ଷୀୟ ବୋଲସୋନାରୋଙ୍କୁ ଏବେ ହ୍ୱାଇଟ ହାଉସରେ ରଖାଯାଇଛି । ସେ ଇଲେକ୍ଟ୍ରୋନିକ ଆଙ୍କଲ ମନିଟରିଂରେ ରହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରିୟ ଥିଲେ ଜାୟର ବୋଲସୋନାରୋ । ୨୦୨୨ରେ ରାଷ୍ଟ୍ରପତି ନିର୍ବାଚନରେ କ୍ଷମତାରେ ରହିବାକୁ ସେ ବିଦ୍ରୋହ ଷଡ଼ଯନ୍ତ୍ର  କରିଥିବା ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଧ୍ୟରୁ ୪ଜଣ ବୋଲସୋନାରୋଙ୍କ ନାମରେ ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ଜଣେ ବିଚାରପତି ତାଙ୍କୁ ନିର୍ଦ୍ଦେଶରେ ଖଲାସ କରିବାକୁ ରାୟ ଦେଇଥିଲେ । ଏହି ନିଷ୍ପତ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ନିଆଯାଇଛି । ସେ ବ୍ରାଜିଲ ଉପରେ ଆର୍ଥିକ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ବ୍ରାଜିଲର ନ୍ୟାୟପାଳିକା ଏହାକୁ ଆଣଦେଖା କରିଛନ୍ତି । ବୋଲସୋନାରୋଙ୍କ ନାମରେ ସଂଗଠିତ ଅପରାଧ, ସଶସ୍ତ୍ର ଅପରାଧିକ ସଂଗଠନର ଅଂଶ ହେବା, ଲୋକତାନ୍ତ୍ରିକ ଶାସନରୁ ଉସକାଇବା, ଦେଶର ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ପରି ଗୁରୁତର ଅଭଯୋଗ ରହିଛି । ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ଲୁଲା ଦି ସିଲଭାଙ୍କଠୁ ହାରିବା ପରେ କ୍ଷମତା ନ ଛାଡିବାକୁ ଷଡଯନ୍ତ୍ର ରଚିଥିଲେ ।ଷଡ଼ଯନ୍ତ୍ରର ମୁଖ୍ୟ କେନ୍ଦ୍ର ଥିଲା ୨୦୨୩, ଜାନୁଆରୀ ୮ । ଯେବେ ବୋଲସୋନାରୋଙ୍କ ସମର୍ଥକ ସୁପ୍ରିମକୋର୍ଟ ଭବନ, ରାଷ୍ଟ୍ରପତି ଭବନ ଏବଂ ସଂସଦ ଉପରେ ଆକ୍ରମଣ କରିଥିଲେ ।

ଏହା ପ୍ରଥମ ଥର ନୁହେଁ ଯେ ଜାୟର ବୋଲସୋନାରୋଙ୍କ ବିରୋଧରେ ଶାସନ ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ ଯିବା ନେଇ ଅଭିଯୋଗ ଆସିଛି । ପୂର୍ବରୁ ତାଙ୍କ ସାମରିକ କ୍ୟାରିୟର ସମୟରେ, ୧୯୮୬ ମସିହାରେ ଏକ ସମ୍ବାଦ ପତ୍ରିକାକୁ ସାକ୍ଷାତକାର ଦେଇ ସେନାରେ କମ ଦରମା ପ୍ରସଙ୍ଗ ଉଠାଇବାର ଅଭିଯୋଗ ହୋଇଥିଲା, ଯାହା ସାମରିକ ନିୟମ ବିରୁଦ୍ଧରେ ଥିଲା । ତାଙ୍କ ପଦକ୍ଷେପକୁ ସେବେ ପ୍ରଶଂସା କରାଯାଇଥିଲା । ୧୯୮୭ ମସିହାରେ, ବୋଲସୋନାରୋ ଆଉ ଏକ ମାମଲାରେ ଫସିଥିଲେ। ତାଙ୍କର ଏକ ସାକ୍ଷାତକାର ନେଇଥିବା ପତ୍ରିକା ପ୍ରକାଶ କରିଥିଲା ​​ଯେ, ଜାୟର ତାଙ୍କ ସାଥୀଙ୍କ ସହିତ ରିଓ ଡି ଜେନେରିଓରେ ସାମରିକ ୟୁନିଟରେ ବୋମା ଲଗାଇବାକୁ ଷଡ଼ଯନ୍ତ୍ର କରିଥିଲେ। ପତ୍ରିକା ମଧ୍ୟ ସ୍କେଚ୍ ଏବଂ ଷଡ଼ଯନ୍ତ୍ର ବିଷୟରେ ସୂଚନା ପ୍ରକାଶ କରିଥିଲା ।  ଦାବି କରିଥିଲା ​​ଯେ ଏହି ସମସ୍ତ ସ୍କେଚ୍ ନିଜେ ବୋଲସୋନାରୋଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ୧୯୮୯ ମସିହାରେ ବ୍ରାଜିଲ ରାଜନୀତିରେ ପ୍ରବେଶ କରିଥିଲେ ବୋଲସୋନାରୋ ।