ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ପେଲେଙ୍କ ଅବସ୍ଥା ଗୁରୁତର, ହସ୍ପିଟାଲରେ ଚାଲିଛି ଚିକିତ୍ସା

ସାଓ ପାଓଲୋ,୦୪/୧୨: ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ କ୍ୟାନସରରେ ପୀଡ଼ିତ ରହିଥିବାରୁ ନିୟମିତ ଭାବେ ପ୍ରତି ମାସରେ ତାଙ୍କର ‘ଚେକ୍‌ ଅପ୍‌’ ହୋଇଥାଏ । ସବୁ ଥର ପରି ସେ ଗତ ୩୦ ତାରିଖରେ ଆଲବର୍ଟ ଆଇନଷ୍ଟାଇନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରକାଶିତ ହେବା ପରେ ପ୍ରଶଂସକ ଚିନ୍ତିତ ହୋଇ ପଡ଼ିଥିଲେ ।

ପ୍ରଶଂସକଙ୍କ ମନର ଦ୍ୱନ୍ଦ୍ୱ ଦୂର କରି ପେଲେଙ୍କ ଝିଅ କେଲି ସୋସିଆଲ ମିଡିଆରେ କହିଥିଲେ, ‘କୌଣସି ଜରୁରି ସ୍ଥିତିରେ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ । ବରଂ ଏହା ତାଙ୍କର ନିୟମିତ ଚିକିତ୍ସା ।’ କିନ୍ତୁ ଗତ ଶୁକ୍ରବାର ଠାରୁ ପେଲେଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି । ଏ ବିଷୟରେ ଡାକ୍ତରଖାନା କିମ୍ବା ପେଲେଙ୍କ ପରିବାର ସୂତ୍ରରୁ କିଛି ସୂଚନା ଦିଆଯାଇ ନାହିଁ ।

୨୦୨୧ ସେପ୍ଟେମ୍ବର ମାସରେ ୮୨ ବର୍ଷୀୟ ପେଲେଙ୍କ ମଳାଶୟରେ ଟ୍ୟୁମର ଅସ୍ତ୍ରୋପଚାର ହୋଇଥିଲା । ସେବେଠୁ ତାଙ୍କର କେମୋଥେରାପି ଚିକିତ୍ସା ଚାଲିଛି । ଅବସ୍ଥା ଏବେ ଗୁରୁତର ଥିବାରୁ କେମୋ ଚିକିତ୍ସା ବନ୍ଦ ରଖାଯାଇଥିବା ଜଣା ପଡ଼ିଛି ।

Copyright © 2022 - Summa Real Media Private Limited. All Rights Reserved.