PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଖୋଲାରେ ସ୍ତନ୍ୟପାନ କରାଉଥିବା ଏହି ମା’ ଜଣେ ପୁରୁଷଙ୍କୁ ଦେଲେ ଏଭଳି କଡ଼ା ଜବାବ୍

ନୂଆଦିଲ୍ଲୀ,୨୭।୭: ଶିଶୁ ପାଇଁ ମା’ର କ୍ଷୀର ଅମୃତ ସମାନ,ଏହା ସମସ୍ତେ ଜାଣିଛୁ। ମା’ର କ୍ଷୀର ଶିଶୁକୁ ରୋଗପ୍ରତିରୋଧକ ଶକ୍ତି ଦେବା ସହ ଭବିଷ୍ୟତରେ ସୁସ୍ଥ ଜୀବନ ଦେଇଥାଏ। କିନ୍ତୁ ଶିଶୁଟିଏ ଯଦି ଭୋକରେ ଆଉଟୁପାଉଟୁ ହେଉଥାଏ ଓ ତା’ର ମା କୌଣସି କାମରେ ବାହାରେ ତା ସହିତ ଥାଆନ୍ତି ତେବେ ସର୍ବ ସମ୍ମୁଖରେ ସନ୍ତ୍ୟପାନ କରିବାକୁ ଅଳ୍ପ ଅଧିକେ କୁଣ୍ଠାବୋଧ କରିଥାନ୍ତି। କୌଣସି ଏକ କୋଣରେ କିମ୍ବା ଅନ୍ୟମାନଙ୍କ ନଜର ଠାରୁ ଦୂରେଇ ନିଜ ସନ୍ତାନକୁ ସ୍ତନ୍ୟପାନ କରାଇଥାନ୍ତି। କିନ୍ତୁ ଯଦି ଖୋଲାଖୋଲି ଭାବରେ କେହି ମହିଳା ତାଙ୍କ ସନ୍ତାନକୁ ସ୍ତନ୍ୟପାନ କରନ୍ତି ତେବେ ତାଙ୍କୁ ଅନ୍ୟମାନଙ୍କର ନଜର ତାଙ୍କୁ ଉପରକୁ ଯାଇଥାଏ ନଚେତ କ’ଣ ଠିକ୍ କ’ଣ ଭୁଲ ସେ ନେଇ ତାଙ୍କୁ ମିଳିଥାଏ ପରାମର୍ଶ।

ଏଭଳି ଏକ ଘଟଣା ମେକ୍ସିକୋର କେବୋ ସେନ୍ ଲୁକାସ ସହରରେ ଥିବା ଏକ ରେସ୍ତୋଁରାରେ ଦେଖିବାକୁ ମିଳିଛି। ଜଣେ ମହିଳା ନିଜର ୪ମାସର ଭୋକିଲା ଶିଶୁକୁ ଖୋଲାରେ ସନ୍ତ୍ୟପାନ କରିବା ବେଳେ ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଘୋଡାଇ ହେବାକୁ ପରାମର୍ଶ ଦେଇଥିଲେ। କଥାରେ ଅଛି   ମା‘ ସବୁ ବେଳେ ମା’ ହିଁ ହୋଇଥାଏ। ମହିଳା ଜଣକ ବ୍ୟକ୍ତିଜଣଙ୍କର କଥାକୁ  ହଁ କରି ତାଙ୍କ ଶରୀରକୁ ଘୋଡାଇବା ବଦଳରେ ନିଜର ମୁହଁକୁ ଘୋଡାଇ ଦେଇଥିଲେ। ବୋଧହୁଏ ଏହି ବ୍ୟକ୍ତିଜଣକୁ ମହିଳା ଜଣକ ଦେଇଥିବା ପରାମର୍ଶ ତାଙ୍କୁ ସବୁଦିନ ପାଇଁ ମନେରହିବ। ଏବେ ଇଣ୍ଟରନେଟରେ ଲୋକମାନେ ଏହି ମହିଳା ଜଣଙ୍କର କଡା ଜବାବ୍ ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। କାରଣ ଏଭଳି ଢଙ୍ଗରେ ଉତ୍ତର ଦେଇ ମହିଳା ଜଣକ ଲୋକଙ୍କ ହୀନ ଚିନ୍ତାଧାରାକୁ ଏକ ପ୍ରକାର ଉଚିତ୍ ଶିକ୍ଷା ଦେଇଛନ୍ତି।

ଏହି ପୁରା ମାମଲାର ଖୁଲାସା କେରଳ ଲକ୍ଓ୍ବୁଡ ନାମକ ଜଣେ ବ୍ୟକ୍ତି ସୋସିଆଲ ସାଇଟ ଫେସବୁକ୍ ଜରିଆରେ କରିଛନ୍ତି। ସେ ସ୍ତନ୍ୟପାନ କରୁଥିବା ମହିଳାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ମୋର ଜଣେ ବନ୍ଧୁର ବୋହୂ ତାଙ୍କ ସନ୍ତାନକୁ ସନ୍ତ୍ୟପାନ କରାଉଥିଲେ। ସେତେବେଳେ ସେଠାକୁ ଜଣେ ବ୍ୟକ୍ତି ଆସି ତାଙ୍କୁ ପରାମର୍ଶ ଦେଇଥିଲେ ଶରୀରକୁ କପଡାରେ ଘୋଡାଇ ଦେବାକୁ। ମୁଁ ତାଙ୍କୁ କେବେ ଦେଖା କରିନି, କିନ୍ତୁ ତାଙ୍କର ଜବାବରେ ମୁଁ ବହୁତ ଖୁସି ଓ ସନ୍ତୁଷ୍ଟ। ଦୟାକରି ଯେତେ ହୋଇପାରିବ ଏହି ପୋଷ୍ଟକୁ ସେୟାର କରନ୍ତୁ ଯାହାଫଳରେ ଏଭଳି ଚିନ୍ତାଧାରା ରଖିଥିବା ଲୋକଙ୍କୁ କିଛି ଶିଖିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର