ନୂଆଦିଲ୍ଲୀ: ଘରୋଇ ମାଟିରେ ଇଂଲଣ୍ଡର ଦବଦବା । ବିଶ୍ବ ବିଜେତା ଟିମ୍ ଇଣ୍ଡିଆକୁ ୪-୦ରେ ହରାଇଛି ଇଂଲଣ୍ଡ । ଟି-୨୦ର ବଡ଼ ଦଳ ବୋଲାଉଥିବା ଭାରତକୁ ରେକର୍ଡ କରିଛି ଇଂଲିଶ ଦଳ । ଯାହାକୁ ନେଇ ସବୁଠି ସବୁଠି ଚର୍ଚ୍ଚା । ଦଳର ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡମ ମ୍ୟାକୁଲମଙ୍କୁ ମଧ୍ୟ ଏହି ବିଜୟ ଶ୍ରେୟ ଦିଆଯାଉଛି । ହେଲେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ତାଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରୁ ବିଦା କରିବା ପାଇଁ ଚିନ୍ତା କରୁଥିବା କୁହାଯାଉଛି । ଯାହାକି ଏକ ଅଷ୍ଟ୍ରେଲିୟ ଖବରକାଗଜରେ ପ୍ରକାଶ ପାଇଛି ।
Major news out of England - Brendon McCullum is set to be sacked as Test coach.
— Tom Morris (@tommorris32) July 12, 2026
Formal announcement as early as today. Still a chance he will continue leading the white ball teams.
Full coverage on The New Ball with @beastieboy07, Tuesday night 8pm on SEN. @7Cricket @1116sen…
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଦିଓ ଟି-୨୦ରେ ଇଂଲଣ୍ଡ ନିଜର ଦବଦବା ଦେଖାଇଛି ତଥାପି ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆଠାରୁ ଟେଷ୍ଟ ସିରିଜ ହାରିଛି ଇଂଲଣ୍ଡ । ଏହାସହ ଅବସର ଘୋଷଣା କରିଛନ୍ତି ବେନ୍ ଷ୍ଟୋକ୍ସ । ତେବେ ଟେଷ୍ଟରେ ଖରାପ ପ୍ରଦର୍ଶନ କରୁଥିବାବେଳେ ଇସିବି ମ୍ୟାକୁଲମଙ୍କୁ କୋଚ ପଦରୁ ହଟାଇବାକୁ ଯୋଜନା କରୁଛି । ମାତ୍ର ସୀମିତ ଓଭର ଏବଂ ଦିନିକିଆ ଦଳର କୋଚିଂ ଜାରି ରଖିବେ । ଏନେଇ ଆଜି ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରେ ।
କହି ରଖୁଛୁ କି, ଜୁନ୍ ୨୦୨୨ ମସିହାରେ ଇଂଲଣ୍ଡର ଟେଷ୍ଟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିଥିଲେ ମ୍ୟାକୁଲମ୍ । ପରେ ଜାନୁଆରୀ ୨୦୨୫ ମସିହାରେ ଦିନିକିଆ ଏବଂ ଟି-୨୦ ଦଳର କୋଚିଂ ଭାର ମଧ୍ୟ ସମ୍ଭାଳିଥିଲେ । ତେବେ ଦିନିକିଆ ଏବଂ ଟି-୨୦ ଦଳର ପ୍ରଶିକ୍ଷକ ରହିବେ ଏବଂ ଟେଷ୍ଟରୁ ବାହାର କରାଯିବ ବୋଲି କୁହାଯାଉଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ସମୟରେ ସେ ବିବାଦରେ ମଧ୍ୟ ଫଶିଥିଲେ । ଆଉ ତାଙ୍କ ହାତରୁ ଟେଷ୍ଟ କ୍ରିକେଟର ଦାୟିତ୍ବ ଛଡ଼ାଇ ନିଆଯିବ ବୋଲି କୁହାଯାଇଛି ।
ଏହାସହ ପଢ଼ନ୍ତୁ : Ram Teri Ganga Maili Mandakini: ୪୧ ବର୍ଷ ପରେ ବି ସମାନ ଷ୍ଟାଇଲ୍, ମନ୍ଦାକିନୀଙ୍କ ହିମାଚଳୀ ଅନ୍ଦାଜ ଭାଇରାଲ