ନୂଆଦିଲ୍ଲୀ: ‘ରାମ ତେରି ଗଙ୍ଗା ମେଲି’ ବଲିଉଡର ଏହି ସିନେମା ପ୍ରାୟ ସମସ୍ତଙ୍କର ମନେଥିବ ନିଶ୍ଚୟ । ଫିଲ୍ମର ଗୀତ ବେଶ ହିଟ୍ ହୋଇଥିବାବେଳେ ଆଜି ମଧ୍ୟ ଅନେକ ଗୁଣୁଗୁଣାନ୍ତି । ୧୯୮୫ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଫିଲ୍ମର ନାୟିକା ମନ୍ଦାକିନୀଙ୍କ ଅଭିନୟର ଯାଦୁଆଜି ମଧ୍ୟ ଦର୍ଶକେ ଝୁରି ହୁଅନ୍ତି । ଏହି ଫିଲ୍ମ ମନ୍ଦାକିନୀଙ୍କ ଅଧିକ ଲୋକପ୍ରିୟତା ଦେଇଥିଲା । ତେବେ ୪୧ ବର୍ଷ ପରେ ଏହି ବର୍ଷିୟାନ ଅଭିନେତ୍ରୀଙ୍କ ଏକ ପୁରୁଣା ଅନ୍ଦାଜର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦିଓ ବନ ପରଦାରୁ ଦୂରରେ ରହିଛନ୍ତି ଏହି ଅଭିନେତ୍ରୀ ତଥାପି ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ୍ ରହିଛନ୍ତି । ନିୟମିତ ଭାବେ ଫ୍ୟାନ୍ସଙ୍କ ପାଇଁ ଫଟୋ ପୋଷ୍ଟ କରନ୍ତି । ନିକଟରେ ସେ ହିମଚଳୀ ଅନ୍ଦାଜରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏହି ଫଟୋ ପୋଷ୍ଟ କରିଥିବାବେଳେ ଏହା ବେଶ ଭାଇରାଲରେ ହେବାରେ ଲାଗିଛି । ଏହି ଫଟୋରେ ଲାଇକ୍ କମେଣ୍ଟ ଆସୁଥିବାବେଳେ ୟୁଜର୍ସମାନେ ସେୟାର ମଧ୍ୟ କରୁଛନ୍ତି ।

ଭାଇରାଲ ହେଉଥିବା ଫଟୋରେ ସେ ଏକ ରଙ୍ଗୀନ ହିମାଚଳୀ ଶାଲ୍ ଏବଂ ପାରମ୍ପରିକ ଟୋପୀ ଏବଂ ଅଳଙ୍କାର ପିନ୍ଧିଥିବା ନଜର ଆସିଛନ୍ତି । କେଶ ଖୋଲା ରଖିଥିବାବେଳେ ହାଲକା ହସୁଛନ୍ତି । ଫଟୋ ପୋଜ ଦେଇଛନ୍ତି । ମନାଲୀରୁ ଏହିସବୁ ଫଟୋ ଆସିଛି । ତାଙ୍କର ସରଳ ଲୁକକୁ ସମସ୍ତେ ପସନ୍ଦ କରୁଥିବାବେଳେ ସେ ପୁରୁଣା ଅନ୍ଦାଜକୁ ମନେ ପକାଇଛନ୍ତି ।

କହି ରଖୁଛୁ କି, ରାମ ତେରି ଗଙ୍ଗା ମେଲି ଫିଲ୍ମ ପାଇଁ ରାତାରାତି ଷ୍ଟାର ପାଲଟିଥିଲେ ମନ୍ଦାକିନୀ । ରାଜ କପୁରଙ୍କ ଏହି ଫିଲ୍ମଟି ବେଶ ହିଟ୍ ହୋଇଥିବାବେଳେ ଘରେ ଘରେ ପରିଚିତ ହୋଇଥିଲେ ମନ୍ଦାକିନୀ । ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିବାବେଳେ ଷ୍ଟାର ବନିଥିଲେ । ତେବେ ୧୯୯୬ ମସିହାରେ ରିଲିଜ ହୋଇଥିବା ଜୋରଦାର ଫିଲ୍ମରେ ଶେଷଥର ପାଇଁ ଅଭିନୟ କରିଥିଲେ । ଅଭିନୟ ଜଗତରୁ ଦୂରରେ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଛନ୍ତି ।

ଏହାସହ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ବିଗ୍ ବି’ଙ୍କ ପୋଷ୍ଟ, କାହାକୁ ଟାର୍ଗେଟ କରି ଲେଖିଲେ ଏମିତି...