ପ୍ରମୂଖ ଖବର
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ମଣ୍ଡପରେ ଏସି ନଥିବାରୁ ବାହା ହେଲାନି କନ୍ୟା, ଯୌତୁକ ଦାବି ନେଇ ଥାନାରେ କଲେ ଅଭିଯୋଗ

Published By : Prameya | June 12, 2025 1:43 PM

ଆଗ୍ରା,୧୨/୦୬: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି । ବର ଘର ଲୋକଙ୍କ ପକ୍ଷରୁ ଠିକ୍‌ କରାଯାଇଥିବା ବିବାହ ମଣ୍ଡପରେ ଏସି ନଥିବାରୁ କନ୍ୟା ବିବାହ ଭାଙ୍ଗି ଦେଇଛନ୍ତି । 

ଶନିବାର ରାତିରେ ଶମଶାବାଦ ଟାଉନ୍‌ରେ ଏହି ଘଟଣା ଘଟିଥିଲା ।  ସେ ଦିନ ପ୍ରବଳ ଗରମ ହେଉଥିବାବେଳେ ବିବାହ ଲାଗି ବରଘର ଯେଉଁ ମଣ୍ଡପ ଠିକ୍‌  କରିଥିଲେ ସେଠାରେ ଏସି ଲାଗିନଥିଲା । ବାୟୁ ଚଳାଚଳର ଅନ୍ୟ ବ୍ୟବସ୍ଥା ବି ନ ଥିଲା ।  ତେଣୁ ଭାରୀ ପୋଷାକ ଓ ଗହଣାରେ ସୁସଜ୍ଜିତା କନ୍ୟା ପ୍ରବଳ ଝାଳ ବୋହିବା ପରେ  ମଣ୍ଡପରେ ଶ୍ୱାସରୁଦ୍ଧ ହୋଇଯିବା ଭଳି ଅନୁଭବ କରିଥିଲେ । ଏଭଳି ସ୍ଥିତିକୁ ଅଗ୍ରହଣୀୟ  ଓ ଅମାନବିକ ଦର୍ଶାଇ ସେ ବର ଘର ଲୋକଙ୍କ ନିକଟରେ ଏସିର ବ୍ୟବସ୍ଥା କରିବାକୁ  ଦାବି ରଖିଥିଲେ । ସେଥିଯୋଗୁ ଉଭୟ ପକ୍ଷ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା ।  ଇତିମଧ୍ୟରେ ଉତ୍‌କ୍ଷିପ୍ତ ହୋଇ ବର ଘର ଲୋକେ କନ୍ୟା ଓ ତାଙ୍କ ପକ୍ଷ ଲୋକଙ୍କ ବିରୋଧରେ କଟୁ ଭାଷା ପ୍ରୟୋଗ କଲେ । ସେଥିଯୋଗୁ ଉତ୍ତେଜନା ଏତେ ବଢ଼ିଗଲା ଯେ  କନ୍ୟା ଜଣକ ମଣ୍ଡପରୁ ଉଠି ଚାଲିଗଲେ । ଏଭଳି ପରିସ୍ଥିତିରେ ବିବାହ କରିବା ତାଙ୍କ  ଲାଗି ଅସମ୍ମାନଜନକ ହୋଇଥିବାବେଳେ ଏହି ବିବାହ ତାଙ୍କ ଜୀବନକୁ ନର୍କ କରିଦେବ  ବୋଲି ସେ କହିଲେ । 

ମାମଲାଟି ସେତିକିରେ ସରିଲା ନାହିଁ । କନ୍ୟାଙ୍କ ମା’ ବରଘର ଲୋକେ ଅତ୍ୟଧିକ ଯୌତୁକ ଦାବି କରିଥିବା ଦର୍ଶାଇ ପୁଲିସ ନିକଟରେ ଆନୁଷ୍ଠାନିକ ଭାବେ  ଅଭିଯୋଗ ମଧ୍ୟ କଲେ । ପୁଲିସ ଏହାପରେ ଉଭୟପକ୍ଷ ମଧ୍ୟରେ ମିଳାମିଶା ଲାଗି ଉଦ୍ୟମ  କରିଥିଲା । କିନ୍ତୁ କନ୍ୟା ବିବାହ ଲାଗି ରାଜି ହେଲେନାହିଁ । ରବିବାର ସକାଳୁ ପରିବାର ସହ ସେ ନିଜ ଘରକୁ ଫେରିଗଲେ । ପରବର୍ତ୍ତୀ ସମୟରେ ସେମାନେ ବରଘର ଲୋକଙ୍କୁ ବିବାହ ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚ ଲାଗି ଟଙ୍କା ଦେଇଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.