କୁଞ୍ଜାପାଲି ନିକଟସ୍ଥ ଗୋଘାଟ ମୁଖ୍ୟ କେନାଲ ଭାଙ୍ଗିଲା, ଚିନ୍ତାରେ ତଳମୁଣ୍ଡର ଚାଷୀ

ବୀରମହାରାଜପୁର ୧୯/୩: ସୁବର୍ଣ୍ଣପୁର ଜିଲ୍ଲା ହରିହର ଜୋର ମଧ୍ୟମ ଜଳ ସେଚନ ପ୍ରକଳ୍ପର ମୁଖ୍ୟ କେନାଲରେ ପ୍ରାୟ ୭ ଫୁଟର ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସୁଚନା ଅନୁଶାରେ କୁଞ୍ଜାପାଲି ନିକଟସ୍ଥ ଗୋଘାଟ ଠାରେ ମୁଖ୍ୟକେନାଳରେ ଗତକାଲି ରାତିରେ ଫାଟ ସୃଷ୍ଟି ବହୁ ପାଣି ନିକଟସ୍ଥ ଯୋରକୁ ବୋହି ଯାଇଥିବା ଦେଖାଯାଇଛି । ମୁଖ୍ୟ କେନାଲ ଭାଙ୍ଗିଯିବା ରୁ ତଳମୁଣ୍ଡ ର ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହେବାର ଆଶଂକା ରହିଛି । ଜଳ ସମ୍ପଦ ବିଭାଗ ସହକାରି ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତଳମୁଣ୍ଡରେ ଯୋରରୁ ଉଠାଜଳସେଚନ ମାଧ୍ୟମ୍ର ଚାଷ କରାଯାଉଥିବା ବେଳେ ଯୋର ରେ ପାଣି ଅଭାବ ପାଇଁ କେନାଲକୁ କିଛି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା କହିଛନ୍ତି ।
ସୁଚନା ଥାଉ କି ହରିହରଯୋର ମଧ୍ୟମ ଜଳସେଚନ ପ୍ରକଲ୍ପର କେନାଳ ଉନ୍ନତିକରଣ ପାଇ ୪୦ କୋଟିରୁ ଉର୍ଦ୍ଧ ବ୍ୟୟରେ କେନାଲ କାମ ହୋଇଥିଲା ହେଳେ ନିମ୍ନ ମାନର କାମ ଯୋଗୁଁ କେନାଳ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଯଦି ରବି ଚାଷ ପାଇଁ କେନାଲରେ କମ ପାଣି ଆସୁଥିବାବେଳେ କେନାଲ ଭାଙ୍ଗିବା ଘଟଣାରୁ ସ୍ବଷ୍ଟ କି କେନାଳ ପୁନଃରୁଦ୍ଧାର କାମର ମାନ କେତେ ନିମ୍ନମାନ ଜଣା ପଡୁଛି । ତେବେ ତୁରନ୍ତ କେନାଲ ମରାମତି କରି ତଳମୁଣ୍ଡର ଚାଷିଙ୍କ ଫସଳ କ୍ଷତିଗ୍ରସ୍ଥ ହେବା ପୁର୍ବରୁ ଚାଷିଙ୍କୁ ପାଣି ଯୋଗେଇ ଦେବାକୁ ଚାଷି ମାନେ ଦାବି କରିଛନ୍ତି ।