ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଯୁଦ୍ଧବିରତି ଲାଗି ନେତାନ୍ୟାହୁଙ୍କ ଉପରେ ଚାପ ପକାଇଲେ ଟ୍ରମ୍ପ, ଗାଜାରୁ ବନ୍ଧକଙ୍କୁ ମୁକ୍ତ କରିବାକୁ ଆହ୍ବାନ

Published By : Tapas Panda | June 29, 2025 4:33 PM

Donald Trump

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ୍‌ ମଧ୍ୟରେ ଯୁଦ୍ଧବିରତି କରାଇବା ପରେ ଏବେ ଆଉ ଏକ ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇସ୍ରାଏଲ ଏବଂ ହମାସକୁ ଯୁଦ୍ଧ ବନ୍ଦ କରି ଏକ ନୂଆ ଚୁକ୍ତିନାମା ଉପରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅବଶିଷ୍ଟ ବନ୍ଧକଙ୍କୁ ଫେରାଇ ଆଣି ଯୁଦ୍ଧବିରତି କରିବାକୁ ସେ ଇସ୍ରାଏଲକୁ ଅପିଲ କରିଛନ୍ତି । ଟ୍ରୁଥ ସୋଶାଲରେ ଟ୍ରମ୍ପଙ୍କ ପୋଷ୍ଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ଉପରେ ଟ୍ରମ୍ପ ଚାପ ପକାଉଛନ୍ତି ବୋଲି କୁହାଯାଉଛି । ତେବେ ଏହି ଯୁଦ୍ଧବିରତି ଗୋଟିଏ ସପ୍ତାହ ମଧ୍ୟରେ ହେବ ବୋଲି ମଧ୍ୟ ଟ୍ରମ୍ପ ଭବିଷ୍ୟବାଣୀ କରିଛନ୍ତି । 
 

ଏହା ପୂର୍ବରୁ ଅନ୍ୟ ଏକ ପୋଷ୍ଟରେ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ସମାଲୋଚନା କରିଛନ୍ତି । ଏହି ମାମଲା ଉଭୟ ଗାଜା ଏବଂ ଇରାନ୍‌ ସହ ଶାନ୍ତି ବୁଝାମଣା ଦିଗରେ ବାଧା ସୃଷ୍ଟି କରିବ ବୋଲି ସେ ଦାବି କରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଅନୁସାରେ, ନେତାନ୍ୟାହୁଙ୍କ ସହିତ ଯାହା ଘଟୁଛି ତାହା ଭୟଙ୍କର। ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ 'ଯୁଦ୍ଧ ନାୟକ' ବୋଲି କହିଛନ୍ତି । ସେ ଇରାନର ପରମାଣୁ ବିପଦରୁ ମୁକ୍ତି ପାଇବାରେ ଆମେରିକା ସହିତ ଭଲ କାମ କରିଛନ୍ତି ବୋଲି କହିଛନ୍ତି ଟ୍ରମ୍ପ ।

ନେତାନ୍ୟାହୁଙ୍କ ବିରୋଧରେ ଚାଲିଥିବା ମାମଲାକୁ ରାଜନୈତିକ ପ୍ରଣୋଦିତ ବୋଲି ବର୍ଣ୍ଣନା କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ନ୍ୟାୟର ଏହି ଉପହାସ ଇରାନ ଏବଂ ହମାସ ଉଭୟଙ୍କ ମଧ୍ୟରେ ଆଲୋଚନାକୁ ବାଧା ଦେବ । କିଛି ଦିନ ପୂର୍ବରୁ ଟ୍ରମ୍ପ ଗାଜାରେ ଯୁଦ୍ଧବିରତି ପାଇଁ ଦାବି କରିଥିଲେ। ଟ୍ରମ୍ପ କହିଥିଲେ ଯେ, ସେ ଯୁଦ୍ଧବିରତି ଏବଂ ବନ୍ଧକଙ୍କ ମୁକ୍ତି ପାଇଁ ଏହି ଚୁକ୍ତିକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ସହିତ କଥା ହୋଇଛନ୍ତି ।

୭ ଅକ୍ଟୋବର ୨୦୨୩ ରେ, ହମାସ ହଠାତ୍ ଇସ୍ରାଏଲର ନୋଭା ଫେଷ୍ଟିଭାଲରେ ଆକ୍ରମଣ କରିଥିଲା ।  ଯେଉଁଥିରେ ପ୍ରାୟ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ, ୨୫୧ ଜଣଙ୍କୁ ବନ୍ଧକ କରି ନେଇଥିଲା ହମାସ । ଏହା ପରେ ଇସ୍ରାଏଲ ପ୍ରତିଜବାବ ଦେଇଥିଲା । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବି ଜାରି ରହିଛି । ଏହି ସମୟ ମଧ୍ୟରେ ଅନେକ ବନ୍ଧକଙ୍କୁ ହମାସ ଫେରାଇଛି । କେହି କେହି ଜୀବିତ ତ ଆଉ କେହି ମୃତ ଅବସ୍ଥାରେ ସ୍ବଦେଶ ଫେରିଛନ୍ତି । ଏବେ ବି ଅନେକ ଇସ୍ରାଏଲ ନାଗରିକ ହମାସ କବଜାରେ ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.