ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ସଙ୍କଟରେ ଜନସନ୍ ସରକାର; ବଦଳିବେକି ବ୍ରିଟେନ୍ ପ୍ରଧାନମନ୍ତ୍ରୀ?

ଲଣ୍ଡନ୍,୦୬/୦୭: ଆଜିକାଲି ବ୍ରିଟେନ ସରକାର ସଙ୍କଟ ଦେଇ ଗତି କରୁଛନ୍ତି। ଗତକାଲି ରାତିରେ ଅର୍ଥମନ୍ତ୍ରୀ ଋିଷି ସୁନାକ ଏବଂ ସ୍ୱାସ୍ଥ୍ୟ ସଚିବ ସାଜିଦ୍ ଜାଭିଦ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ମଧ୍ୟ ସରକାରଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ସଙ୍କଟ ଦେଖାଦେଇଛି। ଗତକାଲି ରାତିରେ ଇସ୍ତଫା ଦେଇଥିବା ଦୁଇ ମନ୍ତ୍ରୀ ମଧ୍ୟ ଜନସନଙ୍କ ଦକ୍ଷତା ଏବଂ ସରକାରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିବା କୁହାଯାଇଛି। ଏହି ବାରମ୍ବାର ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଉପରେ ପଦ ଛାଡ଼ିବାର ଚାପ ବଢ଼ିଛି। ସୂଚନା ଥାଉକି, କରୋନା କାଳରେ ପାର୍ଟି କରିବାର ଅଭିଯୋଗ ମଧ୍ୟରେ ଜନସନ ସରକାର ଗତ ମାସରେ ଅବିଶ୍ୱାସ ପ୍ରସ୍ତାବର ସମ୍ମୁଖୀନ ହୋଇନଥିଲେ। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠୁଛି। କୁହାଯାଉଛି ଯେ, ଜନସନ୍ ନିଜେ ଇସ୍ତଫା ଦେଇପାରନ୍ତି।
ସୂଚନାଥାଉକି କେବଳ ସୁନାକ ନୁହଁନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬ ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି। ଏହି ତାଲିକାରେ ଶିଶୁ ବିକାଶ ମନ୍ତ୍ରୀ ୱିଲ୍ କୁଇନ୍ସ, ଶିକ୍ଷା ମନ୍ତ୍ରୀ ରବିନ୍ ୱାକର, ଗୃହ ମନ୍ତ୍ରୀ ବିକି ଆଟକିନ୍ସ ଏବଂ କୋଷାଧ୍ୟକ୍ଷ ଜନ୍ ଗ୍ଲେନ୍ ମଧ୍ୟ ରହିଛନ୍ତି। ତେବେ ଏହାରି ଭିତରେ ପ୍ରଶ୍ନଉଠୁଛି ଯେ, ଯଦି ଜନସନ ନିଜେ ପଦ ଛାଡନ୍ତି, ତା’ହେଲେ ତାଙ୍କ କଞ୍ଜର୍ଭେଟିଭ ପାର୍ଟିର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ? ଏହାରି ଭିତରେ ୬ ଜଣଙ୍କ ନାମ ଉପରେ ଅଧିକ ଆଲୋଚନା ହେଉଛି। ତେବେ ବିଶେଷ କଥା ହେଉଛି ଭାରତୀୟ ବଂଶୋଦ୍ଭବ ଋିଷି ସୁନାକ ଏହି ଦୌଡ଼ରେ ଆଗରେ ରହିଛନ୍ତି।
ଯଦି ଜନସନ ପଦ ଛାଡ଼ନ୍ତି, ତେବେ କଞ୍ଜର୍ବେଟିଭ୍ ପାର୍ଟି ମଧ୍ୟରେ ଉଭୟ ସୁନାକ ଏବଂ ଜାଭିଡଙ୍କୁ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଯୋଗୀ ଆଗରେ ରଖାଯାଇପାରେ। ଦୁଇ ପ୍ରମୁଖ ମନ୍ତ୍ରୀଙ୍କ ଇସ୍ତଫା ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବଡ ଝଟକା ଥିଲା, କାରଣ ବ୍ରିଟେନ ସମ୍ମୁଖୀନ ହେଉଥିବା ଦୁଇଟି ବଡ ପ୍ରସଙ୍ଗ – ଜୀବନ ସଙ୍କଟ ଏବଂ କରୋନା ମହାମାରୀ ପରେ ଉଭୟ ପ୍ରମୁଖ ଦାୟିତ୍ବରେ ଥିଲେ। ବ୍ରିଟେନର ବିରୋଧୀ ଲେବର ପାର୍ଟିର ନେତା କିର ଷ୍ଟାରମର କହିଛନ୍ତି ଯେ ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ପରେ ଜନସନଙ୍କ ସରକାର ବର୍ତ୍ତମାନ ଭୁଶୁଡି ପଡ଼ିଛି ଷ୍ଟାରମର୍ ଏକ ବିବୃତ୍ତିରେ କହିଛନ୍ତି ଯେ, ସମସ୍ତ ଅରାଜକତା, ଦୁର୍ନୀତି ଏବଂ ବିଫଳତା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ସରକାର ବର୍ତ୍ତମାନ ଭୁଶୁଡିବାକୁ ଯାଉଛି। ଏବେ ଦେଖିବାର କଥା ବ୍ରିଟେନର ପରବର୍ତ୍ତି ମଙ୍ଗ କିଏ ଧରୁଛି।