- ସିରିଆ ଉପରେ ଏୟାର ଷ୍ଟ୍ରାଇକ୍
- ଆମେରିକାର ନୂଆ ସହଯୋଗୀ ଦେଶ ସିରିଆ
- ବିମାନ ଆକ୍ରମଣ କରିଥିଲେ ବ୍ରିଟେନ୍ ଓ ଫ୍ରାନ୍ସ
ନୂଆଦିଲ୍ଲୀ : ଗୋଟେପଟେ ଆମେରିକା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଅପହରଣ ଓ ଗିରଫଦାରୀରେ ଲାଗି ରହି ଥିଲା, ଅନ୍ୟପଟେ ତାର ନୂଆ ସହଯୋଗୀ ସିରିଆରେ ଏୟାର ଷ୍ଟ୍ରାଇକ୍ ଚାଲିଥିଲା। ସବୁଠୁ ବଡ଼ କଥା ଏହା ଯେ, ଏହି ବିମାନ ଆକ୍ରମଣ ନାଟୋ ସଦସ୍ୟ ଦେଶ ବ୍ରିଟେନ୍ ଓ ଫ୍ରାନ୍ସ କରିଥିଲେ। ଉଲ୍ଲେଖନୀୟ ଯେ, ବ୍ରିଟେନ୍ ଓ ଫ୍ରାନ୍ସ ଶନିବାର ସନ୍ଧ୍ୟାରେ ସିରିଆରେ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଆଡ୍ଡା ଉପରେ ମିଳିତ ବିମାନ ଆକ୍ରମଣ କରିଥିଲେ। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ସିରିଆର ଏକ ଅଣ୍ଡରଗ୍ରାଉଣ୍ଡ ଆଡ୍ଡାକୁ ଟାର୍ଗେଟ୍ କରାଯାଇଛି , ଯେଉଁଠି ଅସ୍ତ୍ର ଓ ବିସ୍ଫୋରକ ଲୁଚାଇ ରଖାଯିବାର ସମ୍ଭାବନା ଥିଲା।
ଏହାସହ ମଧ୍ୟ ପଢନ୍ତୁ : ଆଖିରେ କଳାପଟ୍ଟି , ବନ୍ଧା ହୋଇଛି ହାତ ; ସାମ୍ନାକୁ ଆସିଲା ଭେନେଜୁଏଲାର ରାଷ୍ଟ୍ରପତିଙ୍କ ପ୍ରଥମ ଫଟୋ
ଏହି ମିଳିତ ଅଭିଯାନରେ ରୟାଲ୍ ଏୟାର୍ ଫୋର୍ସ (RAF)ର ଟାଇଫୁନ୍ FGR4 ଯୁଦ୍ଧ ବିମାନଗୁଡ଼ିକ ଏକ ଭୟଙ୍କର ଏୟାର୍-ଟୁ-ଏୟାର୍ ରିଫ୍ୟୁଲିଂ ଟ୍ୟାଙ୍କର୍ ଭୟେଜର୍ ସହ ମିଶି ଫ୍ରାନ୍ସର ବିମାନଗୁଡ଼ିକୁ ସହଯୋଗ କରିଥିଲେ। ବ୍ରିଟିଶ୍ ବିମାନଗୁଡ଼ିକ Paveway IV ନାମକ ନିର୍ଦ୍ଦିଷ୍ଟ-ନିଶାନା ବୋମ୍ ବ୍ୟବହାର କରି ଭୂଗର୍ଭସ୍ଥ ସୁରକ୍ଷିତ ସ୍ଥାନକୁ ଯିବାର ବହୁଗୁଣ ଟନେଲ୍ ଉପରେ ଆକ୍ରମଣ କରିଥିଲେ। ପ୍ରାରମ୍ଭିକ ସୂଚନା ଅନୁସାରେ, ଟାର୍ଗେଟ୍ ସଫଳ ହୋଇଛି ଏବଂ କୌଣସି ନାଗରିକଙ୍କୁ କ୍ଷତି ପହଞ୍ଚି ନାହିଁ। ସମସ୍ତ ବିମାନ ନିରାପଦରେ ଫେରିଛନ୍ତି। ଏହି ସ୍ଥାନ ପ୍ରାଚୀନ ସହର ପାଲମୟରାର ଉତ୍ତର ଦିଗରେ ପର୍ବତମାଳା ଅଞ୍ଚଳରେ ଅବସ୍ଥିତ ଥିଲା ଏବଂ ଆଖପାଖରେ କୌଣସି ନାଗରିକଙ୍କ ବସତି ନଥିବା ବୋଲି ବ୍ରିଟିଶ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।
ବ୍ରିଟିଶ୍ ପ୍ରତିରକ୍ଷା ମନ୍ତ୍ରୀ ଜନ୍ ହିଲି କହିଛନ୍ତି, “ଏହି କାର୍ଯ୍ୟ ବ୍ରିଟେନର ନେତୃତ୍ୱ ଏବଂ ମିତ୍ରମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ମଧ୍ୟପ୍ରାଚ୍ୟରେ ଆଇଏସ୍ ତଥା ଏହାର ହିଂସକ ବିଚାରଧାରାର କୌଣସି ବି ପୁନରୁତ୍ଥାନକୁ ଦମନ କରିବାର ଦୃଢ଼ ସଙ୍କଳ୍ପକୁ ଦର୍ଶାଇ ଥାଏ। ଏହି ଭୟଙ୍କର ଓ ହିଂସାତ୍ମକ ବିଚାରଧାରାକୁ ମୂଳୋତ୍ପାଟନ କରିବା ପାଇଁ ଆମେ ପ୍ରତିବଦ୍ଧ।” ଉଲ୍ଲେଖନୀୟ ଯେ, ୨୦୧୯ ମସିହାରେ ସିରିଆରେ ପରାଜୟ ସତ୍ତ୍ୱେ , ଆଇଏସର ସ୍ଲିପର ସେଲ୍ ଏବେ ବି ସିରିଆ ଓ ଇରାକ୍ରେ ଆକ୍ରମଣାତ୍ମକ ଆକ୍ରମଣ କରୁଛନ୍ତି , ଯେଉଁଠି ଚମରନ୍ଥୀମାନ କେବେ ବି ନିଜର ଖିଲାଫତ ଘୋଷିତ କରି ଥିଲେ। ସଂଯୁକ୍ତ ରାଷ୍ଟ୍ରର ବିଶେଷଜ୍ଞଙ୍କ କହିବାନୁସାରେ ସିରିଆ ଓ ଇରାକରେ ଆଇଏସର ଏବେ ବି ୫୦୦୦ ରୁ ୭୦୦୦ ସଦସ୍ୟ ସକ୍ରିୟ ଅଛନ୍ତି।
କହି ରଖୁଛୁ କି , ଗତ ମାସରେ ଟ୍ରମ୍ପ ପ୍ରଶାସନ ସିରିଆରେ ଆଇଏସ୍ ଯୋଦ୍ଧା ଓ ଅସ୍ତ୍ରଶସ୍ତ୍ର ସ୍ଥଳକୁ ନଷ୍ଟ କରିବା ପାଇଁ ସାମରିକ ହମଲା ଆରମ୍ଭ କରିଥିଲା , ଯାହା ପଲମାୟରା ନିକଟରେ ହୋଇଥିବା ହମଲାର ପ୍ରତିଶୋଧରେ କରାଯାଇ ଥିଲା , ଯେଉଁଥିରେ କିଛି ଦିନ ପୂର୍ବେ ଦୁଇ ଜଣ ଆମେରିକୀୟ ସୈନିକ ଓ ଜଣେ ଆମେରିକୀୟ ନାଗରିକ ଇଣ୍ଟରପ୍ରିଟରଙ୍କର ମୃତ୍ୟୁ ହୋଇଥିଲା।