ୱାଶିଂଟନ : ଧରାପଡ଼ିବା ପରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ପ୍ରଥମ ଫଟୋ ଜାରି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ନିକୋଲସ ମାଦୁରୀଙ୍କୁ ଆମେରିକୀୟ ୱାରଶିପକୁ ନିଆ ଯାଉଛି। ଟ୍ରମ୍ପଙ୍କ ଦ୍ୱାରା ଜାରି କରାଯାଇ ଥିବା ଫଟୋରେ ମାଦୁରୋଙ୍କ ହାତରେ ହାତକଡ଼ି ବନ୍ଧା ହୋଇଛି। ସେ ନିଜ ହାତରେ ପାଣିର ବୋତଲ ଧରିଛନ୍ତି। ସେଠାରେ ଆଖିରେ କଳା ପଟ୍ଟି ବନ୍ଧା ହୋଇଛି। ଏହା ବ୍ୟତୀତ ତାଙ୍କର କାନରେ ମଧ୍ୟ ହେଡଫୋନ୍ ଭଳି କିଛି ଲଗାଯାଇଛି।
କହି ରଖୁଛୁ ଯେ, ଆମେରିକୀୟ ନ୍ୟାୟ ବିଭାଗ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କର ପତ୍ନୀଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଲଗେଇଛି। ନୂଆ ଭିଡ଼ିଓରେ ‘ମାଦୁରୋଙ୍କ ଉପରେ ଏକ ଦୁର୍ନୀତି , ଅବୈଧ ସରକାର’ର ନେତୃତ୍ୱ ନେବାର ଅଭିଯୋଗ କରାଯାଇଛି, ଯିଏକି ଅନେକ ଦଶନ୍ଧି ଧରି ମାଦକ ପଦାର୍ଥର ତସ୍କରୀ ସମେତ ଅବୈଧ କାର୍ଯ୍ୟକଳାପ ଗୁଡ଼ିକୁ ବୃଦ୍ଧି କରାଇବା ପାଇଁ ସରକାରୀ ଶକ୍ତିର ଦୁରୁପଯୋଗ କରିଛନ୍ତି। ଏଥିରେ ଅଭିଯୋଗ କରାଯାଇଛି ଯେ, ମାଦକ ପଦାର୍ଥ ଗୁଡ଼ିକର ତସ୍କରୀର ପ୍ରୟାସ ଭେନେଜୁଏଲାରର ରାଜନୀତିକ ଓ ସାମରିକ ଅଭିଜାତ ବର୍ଗକୁ ସମୃଦ୍ଧ ଓ ମଜବୁତ କରିଥିଲା।
ଅଭିଯୋଗ ପତ୍ର ଅନୁସାରେ, ଆମେରିକୀୟ ଅଧିକାରୀଙ୍କ ଅଭିଯୋଗ ଯେ, ମାଦୁରୋ ବିଶ୍ୱର କିଛି ସବୁଠୁ ହିଂସକ ଓ କୁଖ୍ୟାତ ମାଦକ ପଦାର୍ଥର ତସ୍କର ଓ ନାର୍କୋ-ଅତଙ୍କବାଦୀଙ୍କ ସହ ମିଶି, ଆମେରିକାରେ ଅନେକ ଟନ କୋକିନର ତସ୍କରୀ କରି ଥିଲେ। ଆମେରିକା ଶନିବାର ସକାଳେ ଭେନେଜୁଏଲା ଉପରେ ସାମରିକ ଆକ୍ରମଣ କରି ଥିଲା , ଯେଉଁଥିରେ ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଧରି ନିଆଯାଇ ଥିଲା ଏବଂ ତାଙ୍କୁ ଦେଶରୁ ବାହାରକୁ ନିଆଯାଇ ଥିଲା।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଥିଲେ – ଭେନେଜୁଏଲାରେ ଅଭିଯାନ ବେଳେ ଏକ ହେଲିକପ୍ଟର ଉପରେ ହମଲା ହୋଇଥିଲା ଏବଂ କିଛି ଆମେରିକୀୟ ସୈନିକ ଆହତ ହୋଇଥିଲେ , କିନ୍ତୁ ତାଙ୍କ କହିବାନୁସାରେ କାହାର ମୃତ୍ୟୁ ହୋଇ ନାହିଁ।