PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ସୁପ୍ରିମକୋର୍ଟଙ୍କ ନିର୍ଦେଶ,ଘରୋଇ ହିଂସା ମାମଲାରେ ଦିଅରକୁ ମଧ୍ୟ ଦେବାକୁ ହେବ ଭରଣ-ପୋଷଣ

ନୂଆଦିଲ୍ଲୀ,୨୭।୫: ସୁପ୍ରିମକୋର୍ଟ ଘରୋଇ ହିଂସା ମାମଲାରେ ଭରଣ ପୋଷଣ ସମ୍ପର୍କିତ ମାମଲାକୁ ନେଇ ଖୁବ୍ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଆଇନ ଅନୁସାରେ ପୀଡିତା ମହିଳାଙ୍କ ଦିଅରଙ୍କୁ ଘରୋଇ ହିଂସାରେ ଭରଣ-ପୋଷଣ ଟଙ୍କା ଦେବାର ନିର୍ଦେଶ ଦିଆଯାଇପାରେ। ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଘରୋଇ ହିଂସା ମାମଲାରେ ପରିବାରର କୌଣସି ସାବାଳକ ପୁରୁଷଙ୍କୁ ଆଶ୍ବସ୍ତି ଦେଇ ପାରିବେ ନାହିଁ।

କୋର୍ଟ କହିଛନ୍ତି ଘରୋଇ ହିଂସା ଆଇନ ପରିସର ବହୁତ ବଡ ଓ ଏହା ସମ୍ପର୍କିତ ପରିବାରର ପ୍ରତି ସାବାଳକ ପୁରୁଷ ଆସିଥାଏ। ଏହା ଅନୁଯାୟୀ ପୀଡିତ ପତ୍ନୀ କିମ୍ବା ବିବାହ ଭଳି ସମ୍ପର୍କରେ ଥିବା ଯେ କୌଣସି ମହିଳାଙ୍କ ସ୍ବାମୀ କିମ୍ବା ପୁରୁଷ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ। ଏହା ସହ କୋର୍ଟ କହିଛନ୍ତି, ଆଇନର ଧାରା ୨(ଏଫ୍)ରେ ଘରୋଇ ସମ୍ପର୍କକୁ ବହୁତ ବିସ୍ତାର ଭାବରେ କୁହାଯାଇଛି। ଉଲ୍ଲେଖନୀୟ ଯେ, ସୁପ୍ରିମକୋର୍ଟ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି।

ଉଲ୍ଲେଖନୀୟ ଯେ ହରିୟାଣାର ପାନିପତରେ ରହୁଥିବା ଜଣେ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଛି। ଏହାପରେ ମହିଳା ଜଣକ ଭରଣ-ପୋଣ ଦାବି କରି କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ମହିଳା ଜଣକ କହିଥିଲେ ତାଙ୍କର ସ୍ବାମୀ ଓ ଦିଅର ଏକ ଦୋକାନ ଚଳାଉଥିଲେ। ସେଥିରୁ ଯେଉଁ ଆୟ ହେଉଥିଲା ସେଥିରେ ଦୁଇ ଭାଇଙ୍କ ଭିତରେ ସମାନ ଆକାରରେ ବଣ୍ଟା ଯାଉଥିଲା। କିନ୍ତୁ ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ତାଙ୍କୁ ଟଙ୍କା ଦେବା ବନ୍ଦ କରିଦେଇଥିଲେ।

ଏହାପରେ ପଞ୍ଜାବ-ହରିୟାଣା ହାଇକୋର୍ଟ ମହିଳାଙ୍କ ଦିଅରଙ୍କୁ ନିର୍ଦେଶ ଦେଇଥିଲେ ସେ ପୀଡିତାଙ୍କୁ ୪ ହଜାର ଓ ତାଙ୍କ ଝିଅଙ୍କୁ ୨ ହଜାର ଟଙ୍କା ପ୍ରତି ମାସରେ ଦେବେ। ଏହି ନିଷ୍ପତ୍ତି ବିରୋଧରେ ମହିଳାଙ୍କ ଦିଅର କୋର୍ଟରେ ଅପିଲ କରିଥିଲେ ଯେ ଆଇନରେ ଏଭଳି କିଛି ନିମୟ ନାହିଁ, ଯାହା ଅନୁସାରେ ସେ ନିଜର ଭାଉଜଙ୍କୁ ପ୍ରତି ମାସରେ ଭରଣ-ପୋଷଣ ପାଇଁ ଟଙ୍କା ଦେବାକୁ ବାଧ୍ୟ। ତେବେ କୋର୍ଟ ତାଙ୍କର ଆବେଦନ ଖାରଜ କରି କହିଥିଲେ ଆଇନର ଧାରା ୧୨ ଅନୁସାରେ ମାଜିଷ୍ଟେ୍ରଟଙ୍କୁ ଏହାର ପୁରା ଅଧିକାର ରହିଛି। ସେ ପୀଡିତା ମହିଳାଙ୍କୁ ଭରଣ-ପୋଷଣ ଭତ୍ତା ଦେବାର ନିର୍ଦେଶ ଦେଇଥିଲେ।