ରକ୍ଷକ ସାଜିଲା ଭକ୍ଷକ: ମୁଁ ତାକୁ ରାକ୍ଷୀ ବାନ୍ଧୁ ଥିଲି…ଆଉ ସେ ମୋତେ ଚଟାଣରେ ପକାଇ….

ସଂପର୍କରେ ଲାଗିଲା ଦାଗ। ଭାଇ-ଭଉଣୀ ଭଳି ପବିତ୍ର ସଂପର୍କରେ ଲାଗିଛି ଦୁଷ୍କର୍ମର ଛିଟା। ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ରାଜଧାନୀ ଅହମଦାବାଦରେ। ପୁଲିସ ସୂଚନା ଦେଇଛି କି, ୧୯ବର୍ଷ ବୟସର ଅଭିଯୁକ୍ତ ଅମନ ଉପାଧ୍ୟେୟକୁ ପୁଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ଜଣକ ସମ୍ପର୍କରେ ଅମନର ଭଉଣୀ ଲାଗିବ। ପ୍ରତିବର୍ଷ ସେ ଅମନକୁ ରାକ୍ଷୀ ବି ବାନ୍ଧୁଥିଲା। ଅଭିଯୁକ୍ତ ଅମନ ଭଉଣୀକୁ ଏଥିପାଇଁ ଦୁଷ୍କର୍ମ କରିଛି କାରଣ ଅମନର ଗାର୍ଲଫ୍ରେଣ୍ଡ ଅମନକୁ କିଛି ଦିନ ହେବ ଛାଡ଼ି ଦେଇଛି। ଦୁହିଁଙ୍କ ମଧ୍ୟରେ ବ୍ରେକ୍ଅପର କାରଣ ଭଉଣୀ ଥିଲା ବୋଲି ଅମନ ସନ୍ଦେହ କରୁଥିଲା। ଭଉଣୀ ପାଇଁ ଅମନର ଗାର୍ଲଫ୍ରେଣ୍ଡ ତା ଉପରେ ରାଗି ଯାଇ ତା ସହିତ ବ୍ରେକଅପ୍ କରିଦେଇଛି। ଏହି କାରଣ ଯୋଗୁଁ ଭଉଣୀ ଉପରେ ରାଗ ସୁଝାଇବା ପାଇଁ ଅମନ ଦୁଷ୍କର୍ମ କରିଛି ବୋଲି ପୁଲିସ ସୂଚନା ଦେଇଛି।
ଏହି ମାମଲାରେ ପୀଡ଼ିତା ପୁଲିସକୁ ଅଭିଯୋଗ କରିଛି ଯେ, ମୁଁ ଓ ଅମନ ଛୋଟ ବେଳୁ ସାଙ୍ଗ ହୋଇ ରହିଛୁ। ଅମନ ସବୁବେଳେ ମୋ ଘରକୁ ଆସୁଥିଲା। ଗତ କିଛି ଦିନ ହେବ ସେ ମୋ ଉପରେ ରାଗିକି ରହିଥିଲା। ମୁଁ ତା ସହିତ କଥା ହେବା ପାଇଁ ତାକୁ ଘରକୁ ଡ଼ାକିଥିଲି। ତାପରେ ସେ ମୋତେ ଚଟାଣରେ ପକାଇ ଦୁଷ୍କର୍ମ କରିଥିଲା ବୋଲି ପୀଡ଼ିତା ଜଣକ ପୁଲିସକୁ କହିଛି। ପୁଲିସ ଅମନକୁ ଗିରଫ କରିଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।