PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବ୍ରାଉନ୍‌ସୁଗର ବେପାରୀ ଗିରଫ; ୮ ଗ୍ରାମ ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର,୧୭ ।୭(ବ୍ୟୁରୋ): ବାଲିଅନ୍ତା ଥାନା ପୁଲିସ ଜଣେ ବ୍ରାଉନ୍‌ସୁଗର ବେପାରୀକୁ ଗିରଫ କରିଛି । ତାଙ୍କ ନାମ ସର୍ବେଶ୍ୱର ପାତ୍ର । ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱରଗଡ଼ । ତାଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ୍‌ସୁଗର, ମୋବାଇଲ୍‌ ଫୋନ୍‌, ୧ ହଜାର ଟଙ୍କା ଓ ଏକ ବାଇକ୍‌ ଜବତ ହୋଇଛି ।

ପୁଲିସ ସୂଚନା ଅନୁଯାୟୀ, ସର୍ବେଶ୍ୱର ଗତକାଲି ଭିଙ୍ଗାରପୁର ଅକ୍ସଫୋର୍ଡ କଲେଜ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବାଲିଅନ୍ତା ଥାନା ପୁଲିସ ସେଠାରେ ଚଢ଼ଉ କରି ସର୍ବେଶ୍ୱରଙ୍କୁ ଧରି ଯାଞ୍ଚ କରିଥିଲା । ତାଙ୍କଠୁ ୮ ଗ୍ରାମ ବ୍ରାଉନ୍‌ସୁଗର, ୧ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ଜବତ କରିଥିଲା । ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ସର୍ବେଶ୍ୱର ଜଳେଶ୍ୱରରୁ ବ୍ରାଉନସୁଗର ଆଣି କାରବାର କରୁଥିବା ପୁଲିସକୁ ସୂଚନା ଦେଇଥିଲେ । ସର୍ବେଶ୍ୱରଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।