ରାଜଧାନୀରୁ ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ଭୁବନେଶ୍ଵର, ୨୮/୦୬ : ନିଶା କାରବାରର ଚରାଭୂଇଁ ପାଲଟିଛି ରାଜଧାନୀ ଭୁବନେଶ୍ଵର। ରାଜଧାନୀରୁ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ। ବାଲେଶ୍ଵରରୁ ଭୁବନେଶ୍ଵର ଆସୁଥିବା ବେଳେ ୟୁନିଟ୍-୮ରେ ମାଡ଼ି ବସିଲା ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ। ସେମାନଙ୍କ ନିକଟରୁ ୨ କିଲୋ ବ୍ରାଉନସୁଗାର ଜବତ ହୋଇଛି। ଏହା ସହ ୨ ଜଣ ବେପାରୀଙ୍କୁ ଗିରଫ କରିଛି ଫ୍ଲାଇଂ ସ୍କ୍ଵାର୍ଡ।