ହାଇଦ୍ରାବାଦ,୦୧/୦୮: ତେଲେଙ୍ଗାନାର କଂଗ୍ରେସ ସରକାର ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଉପନିର୍ବାଚନ ହେବା ଆକଳନ କରାଯାଉଛି । କଂଗ୍ରେସରେ ସାମିଲ ୧୦ ବିଧାୟକ ଅଯୋଗ୍ୟ ହୋଇପାରନ୍ତି । ତେଲେଙ୍ଗାନା ହାଇକୋର୍ଟ ୧୦ ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଲଗାଇଥିବା ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ ଭାରତ ରାଷ୍ଟ୍ର ସମିତିର ୧୦ ବିଧାୟକ ଯିଏ କଂଗ୍ରେସରେ ସାମିଲ ହୋଇଥିଲେ । ତେଣୁ ରାଜ୍ୟରେ ଖୁବଶୀଘ୍ର ଉପନିର୍ବାଚନ ହୋଇପାରେ ।
ଆଦେଶରେ କୋର୍ଟ,ବିଧାନସଭା ବାଚସ୍ପତି ଗଡାମ ପ୍ରସାଦ କୁମାରଙ୍କୁ ୩ ମାସ ଭିତରେ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ବିଆରଏସ୍ ପ୍ରତିକ୍ରିୟା ରଖିଛି । ଯାହା ଏହି ମୁଦ୍ଦାରେ କଂଗ୍ରେସ ସହିତ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିଶାନା ମାରିଛି । ବିଆର୍ଏସ କହିଛି, ''ଚିଫ୍ ଜଷ୍ଟିସ୍ ବି ଆର ଗଭଇଙ୍କୁ ଆମେ ଧନ୍ୟବାଦ ଦେଉଛୁ । ସେ ସୁନିଶ୍ଚିନ୍ତ କରିଛନ୍ତି ଯେ ଦେଶର ଲୋକତନ୍ତ୍ରିକ ଢାଞ୍ଚାକୁ ଦୁର୍ଭାଗ୍ୟଜନକ ପ୍ରକ୍ରିୟାରେ ନଷ୍ଟ କରାନଯାଉ । ଆଶା କରୁଛୁ କି, ରାହୁଲ ଗାନ୍ଧୀ ଯିଏକି ତାଙ୍କ 'ପଞ୍ଚ ନ୍ୟାୟ'ରେ ଦଳବଦଳ ବିରୋଧୀ ଆଇନକୁ ଅଧିକ ମଜବୁତ କରିବାକୁ ଓକିଲାତି କରିଥିଲେ । ଏହି ନିଷ୍ପତ୍ତିକୁ ସ୍ୱାଗତ କରିବେ । ଆମେ ଚ୍ୟାଲେଞ୍ଜ ଦେଉଛୁ କି ଉପଦେଶ ଉପରେ ଅଟଳ ରହିବେ ।''
'ଉପନିର୍ବାଚନ ପାଇଁ ପ୍ରସ୍ତୁତ ରୁହ'- ବିଆରଏସ୍ ମୁଖ୍ୟ କେଟିଆର କହିଛନ୍ତି,''ଆଶା କରୁଛୁ କଂଗ୍ରେସ କୋର୍ଟଙ୍କ ଆଦେଶକୁ ସ୍ୱୀକାର କରିବ । ଉପନିର୍ବାଚନ ପାଇଁ ପ୍ରସ୍ତୁତ ରୁହ । କଂଗ୍ରେସରେ ସାମିଲ ୧୦ ବିଧାୟକ ଏମିତି ଅବୈଧ କାର୍ଯ୍ୟ କରିଛନ୍ତି ।''
କଣ କହିଲା କଂଗ୍ରେସ ? ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଆମେ ସମ୍ମାନ ଦେଉଛୁ । ଉପନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ । ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ''ଆମେ ୩ ମାସ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ । ଯେଉଁ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାର ସମ୍ଭାବନା ଅଛି, ସେଠାରେ ଆମେ ଦୁଇଗୁଣା ଆବାସ ମଞ୍ଜୁର କରିଥିଲୁ । ଯେବେ କି ସାମାଜିକ ସୁରକ୍ଷା ସହାୟତାର କାମ ଦ୍ରୁତ ଗତିରେ ଚାଲିଛି । ଆମେ ସହଜରେ ଉପନିର୍ବାଚନ ଜିତିବୁ ।''
୧୦ ବିଆରଏସ୍ ବିଧାୟକ ଯିଏକି କଂଗ୍ରେସରେ ସାମିଲ ହୋଇଥିଲେ ସେମାନେ ହେଉଛନ୍ତି, ଟି ପ୍ରକାଶ ଗୌଡ଼ (ରାଜେନ୍ଦ୍ରନଗର), ପୋଚରାମ ଶ୍ରୀନିବାସ ରେଡ୍ଡୀ (ବନ୍ସୱାଡା), ଦାନମ ନାଗେଣ୍ଡର (ଖଇରାବାଦ), କାଲେ ଯାଦାୟା (ଚେଭେଲ୍ଲା), ସଞ୍ଜୟ କୁମାର (ଜଗତିଆଲ), କାଡିୟମ ଶ୍ରୀକୃଷ୍ଣ (ଷ୍ଟେସନ ଘନପୁର), ତେଲ୍ଲାଆମ ଭେଙ୍କଟ ରାଓ, ମୋହନ ରେଡ୍ଡୀ (ଗଡୱାଲ), ଆରେକାପୁଡି ଗାନ୍ଧୀ (ସେରିଲିଙ୍ଗମ୍ପାଲୀ) ।
୧୦ ବିଧାୟକ ଅଯୋଗ୍ୟ ଘୋଷିତ ହେଲେ ବି କଂଗ୍ରେସ ପାଇଁ ବିପଦ ନାହିଁ । କାରଣ ୧୧୯ ସଦସ୍ୟତା ବିଧାନସଭାରେ ୬୪ ବିଧାୟକଙ୍କ ସହିତ କଂଗ୍ରେସ ପାଖରେ ବହୁମତ ଅଛି । ବିଆର୍ଏସରେ ୩୯ ବିଧାୟକ ଅଛନ୍ତି । ଭାଜପା ଏବଂ ଏଆଇଏଲଆଇଏମରେ ପ୍ରାୟ ୮ ଏବଂ ୭ ବିଧାୟକ ଅଛନ୍ତି ।