ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆଉ ନାହାଁନ୍ତି 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି' ଗୀତିକାର ବୃନ୍ଦାବନ ଜେନା, ୮୧ ବର୍ଷରେ ପରଲୋକ

Published By : Rasmita Pradhan | January 30, 2025 8:01 AM

ଭୁବନେଶ୍ଵର, ୩୦/୦୧ : ଆଉ ନାହାଁନ୍ତି ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା । ୮୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସ୍ନାୟୁଜନିତ ସମସ୍ୟା ପାଇଁ ସେ କିଛିଦିନ ହେବ ଏସସିବି ମେଡିକାଲର ନ୍ୟୁ ମେଡିସିନ ୱାର୍ଡ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ବୁଧବାର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଗୁରୁବାର ବୃନ୍ଦାବନଙ୍କ ମରଶରୀରକୁ ଏସସିବିରୁ କଟକ ସିଡିଏ ସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ବୃନ୍ଦାବନଙ୍କ ଝିଅ ଆସି ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯିବ। ଏନେଇ ତାଙ୍କ ପୁତୁରା ସୁଶାନ୍ତ କୁମାର ସାମଲ ସୂଚନା ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ-ସାବାଡ୍ ହେବେ ଏଟିଏମ୍ ଲୁଟେରା, ସହରରେ ବୁଲିଲା ଏଟିଏମ୍ ପାଟ୍ରୋଲିଂ ଭେଇକିଲ୍

ସୂଚନାନୁଯାୟୀ, ବୃନ୍ଦାବନ ଜେନା ଅନେକ ସିନେମାରେ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ଏମିତି ରାତି ସେ ଯେ ଅଭୁଲା ସ୍ମୃତି..(ସଉତୁଣୀ), ଆତ୍ମୀୟ ସ୍ଵଜନ ବନ୍ଧୁ କେହି ନୁହେଁ ଚିର…(କୁଳଚନ୍ଦ୍ରମା), ପୀରତି ତୋର ଦୁରୁ ଜୁହାର..(ଧରିତ୍ରୀ) ଆଦି ଗୀତ ଆଜି ତାଙ୍କୁ ଏବେବି ଅମର କରି ରଖିଛି। ଏହାଛଡ଼ା ସେ ଓଡ଼ିଆ ଛବି ବାଟ ଅବାଟ ଏବଂ ଶାସ୍ତିର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେ ଉଭୟ ଛବିର ସଂଳାପ ବି ରଚନା କରିଥିଲେ। ବୃନ୍ଦାବନ ଜେନା ଅନେକ ପ୍ରାମାଣିକ ଚିତ୍ର ବି ନିର୍ମାଣ କରିଥିଲେ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.