PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

୪୩୪ ଦିନ ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ୟେଦୁରପ୍ପା

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିବା ଓ କୁମାରସ୍ବାମୀଙ୍କ ଇସ୍ତଫା ପେରେ ବିଏସ୍ ୟେଦୁରପ୍ପା ଆଜି ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ୧୭ ମଇ ୨୦୧୮ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, କିନ୍ତୁ ବିଧାନସଭାରେ ବହୁମତ ପ୍ରମାଣିତ କରିନପାରିବା କାରଣରୁ ତାଙ୍କୁ ମାତ୍ର ୨ ଦିନ ପରେ ନିଜ ପଦବୀରୁ ଇସ୍ତଫା ଦେବାକୁ ପଡିଥିଲା। ଏବେ ସେ ୪୩୪ ଦିନ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଆଜି ସନ୍ଧ୍ୟା ୬ଟାରେ ସେ ଶପଥ ଗ୍ରହଣ କରିବେ। ତେବେ ଆସନ୍ତା ୩୧ରେ ସେ କର୍ଣ୍ଣାଟକ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ।

ଗତଥର ବିଏସ୍ ୟେୁଦରପ୍ପାଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜେଡିଏସ୍ ଏକାଠି ମିଶି କର୍ଣ୍ଣାଟକରେ ମେଣ୍ଟ ସରକାର ଗଠନ କରିଥିଲେ। ଏଚଡି କୁମାରସ୍ବାମୀ ୨୩ ମଇ ୨୦୧୮ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିଲେ। ଯଦିଓ ଏହି ସରକାର କେବଳ ୧୪ ମାସ ଚାଲିପାରିଥିଲା ଓ କର୍ଣ୍ଣାଟକ ବିଧାନସଭାରେ ଆସ୍ଥାଭୋଟରେ ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିନପାରିବା କାରଣରୁ ସରକାର ଭାଙ୍ଗିଯାଇଥିଲା। ଏହାପରେ କୁମାରସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ଗତ ମଙ୍ଗଳବାର ଯେତେବେଳେ କର୍ଣ୍ଣାଟକ ବିଧାନସଭାରେ ଆସ୍ଥାଭୋଟ କରାଯାଇଥିଲା, କୁମାରସ୍ବାମୀଙ୍କୁ କେବଳ ୯୯ଟି ଭୋଟ ମିଳିଥିଲା, ଅନ୍ୟପକ୍ଷେ ବିଜେପି ପକ୍ଷରେ ୧୦୫ଟି ଭୋଟ ମିଳିଥିଲା। କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଳା। କୁମାରସ୍ବାମୀଙ୍କ ଇସ୍ତଫା ପରେ ବିଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଥିଲା।

ଉଲ୍ଲେଖନୀୟ ଯେ,ବିଏସ ୟେଦୁରପ୍ପା ୩ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇସାରିଛନ୍ତି। ସେ କର୍ଣ୍ଣାଟକରେ ବିଜେପିର ରାଜ୍ୟ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତାଙ୍କୁ କର୍ଣ୍ଣାଟକ ରାଜନୀତିରେ ବିଜେପିର ସବୁଠାରୁ ବଡ ଚେହେରା ବୋଲି ମନେକରାଯାଇଥାଏ। ୟେଦୁରପ୍ପା ନିଜର ରାଜନୈତିକ ଯାତ୍ରା  ଅଧ୍ୟକ୍ଷ ଭାବରେ କରିଥିଲେ। ଏହାପରେ ସେ ଆଗକୁ ବଢିବାରେ ଲାଗିଥିଲେ।

ୟେଦୁରପ୍ପା ୭ଥର ବିଧାୟକ ନିର୍ବାଚିତ ହୋଇଥିଲେ ଓ ଥରେ ଜିତିକି ଲୋକସଭା ମଧ୍ୟ ପହଁଞ୍ଚିଥିଲେ।ସେ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ରହିସାରିଛନ୍ତି। ବିବାଦୀୟ ଘଟଣା ସହିତ ତାଙ୍କର ସମ୍ପର୍କ ଥିବା କାରଣରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା। ଯଦିଓ ଏସବୁ ପରେ ମଧ୍ୟ ସେ ବିଜେପିର ସବୁଠାରୁ ଭରଷାଯୋଗ୍ୟ ଚେହେରା ପାଲଟି ପାରିଥିଲେ।

ସମ୍ବନ୍ଧିତ ଖବର