ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସାମ୍ବା ବର୍ଡରେ ଅନୁପ୍ରବେଶ ବିଫଳ, ଟଳିଲେ ୭ ଆତଙ୍କୀ

Published By : Anindita Ratha | May 9, 2025 11:46 AM

ନୂଆଦିଲ୍ଲୀ,୦୯/୦୫: ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ। ଅପରେସନ ସିନ୍ଦୂର ପରେ ଆତଙ୍କିତ ଅବସ୍ଥାରେ ପାକିସ୍ତାନ। ଏହାରି ମଧ୍ୟରେ ୮ ଓ ୯ ତାରିଖ ମଧ୍ୟରାତିରେ, ଜମ୍ମୁ ଫ୍ରଣ୍ଟିୟର୍ ବିଏସଏଫର ସାମ୍ବା ସେକ୍ଟରରେ ଏକ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା।  ଯାହାକୁ  ବିଫଳ କରିଛି ଭାରତୀୟ ସେନା। ପାକିସ୍ତାନରୁ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୭ ଜଣ ଜୈଶ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୂଚନା ଅନୁସାରେ, ନିହତ ଆତଙ୍କବାଦୀଙ୍କୁ ଜୈଶ ଭାବରେ ଚିହ୍ନଟ କରାଯାଇଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଆତଙ୍କବାଦୀମାନେ ମଧ୍ୟରାତ୍ରିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ଭାରତୀୟ ସେନା ପଣ୍ଡ କରିଦେଇଥିଲା। ସେନା ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ମଧ୍ୟ ଜାରି କରିଛି, ଯେଉଁଥିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଗୁଳିଚାଳନା ଦୃଶ୍ୟମାନ ହେଉଛି। ସେନାର ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଧନ୍ଧାର ପୋଷ୍ଟକୁ ବହୁତ କ୍ଷତି ପହଞ୍ଚାଇଛି। ତେବେ  ରାତି ସମୟରେ ସେନା ବାହିନୀ ସୀମାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ତାଙ୍କର ଦୃଷ୍ଟି ଆତଙ୍କବାଦୀମାନଙ୍କ ଉପରେ ପଡ଼ିଲା। ରାତି ପ୍ରାୟ ୧୧.୩୦ ସମୟରେ ଆତଙ୍କବାଦୀମାନେ ଅନ୍ତର୍ଜାତୀୟ ସୀମା ଦେଇ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସୈନିକମାନେ ତାଙ୍କୁ ଅଟକାଇବା ପରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୈନିକମାନେ ଗୁଳି ଚଳାଇବା ଆରମ୍ଭ କରିଦେଲେ। ଅନୁପ୍ରବେଶ ଦୃଷ୍ଟିରୁ ସାମ୍ବା ପୂର୍ବରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏହି କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଠାରେ ସତର୍କତା ବୃଦ୍ଧି କରାଯାଇଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.