ସଙ୍କଟରେ ବିଏସ୍ଏନ୍ଏଲ୍; ୧ କୋଟି ୭୬ଲକ୍ଷ କର୍ମଚାରୀଙ୍କୁ ଫେବ୍ରୁଆରିରୁ ମିଳିନି ଦରମା !

ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏବେ ସଙ୍କଟଘେରରେ। ଆର୍ଥିକ ସଙ୍କଟ ସହିତ ବୁଡ଼ି ରହିଥିବା ବିଏସ୍ଏନ୍ଏଲ୍ ଫେବ୍ରୁଆରି ମାସରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧କୋଟି ୭୬ଲକ୍ଷ କର୍ମଚାରୀଙ୍କୁ ଦରମା ଦେଇନାହିଁ। ଏହାର ଯଥାଶୀଘ୍ର ସମାଧାନ କରିବା ନେଇ କର୍ମଚାରୀ ସଂଘ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଚିଠି ଲେଖି ଜଣାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୫୫ ପ୍ରତିଶତ କେବଳ ଆମଦାନୀ ବେତନ ଖର୍ଚ୍ଚରେ ଯାଉଛି। ସେହି କମ୍ପାନୀର ବେତନ ବିଲ୍ ବାର୍ଷିକ ଖାତାରେ ୮ପ୍ରତିଶତ ଦରରେ ବଢ଼ିଚାଲିଛି।
ମାର୍ଚ୍ଚ ମାସର ବେତନରେ କିଛି ଦିନ ପାଇଁ ଏହା ଡେରି ହେବ। କମ୍ପାନୀ ପାଖକୁ ସାଧାରଣତଃ ବିଜନେସ୍ କମ୍ପାନୀଗୁଡ଼ିକ ତରଫରୁ ବିଲିଂ ଆସିବା ପରେ ଟଙ୍କା ଆସେ। ବିଏସ୍ଏନ୍ଏଲ୍ ବୋର୍ଡ ବ୍ୟାଙ୍କ ଲୋନ୍ ନେବା ପାଇଁ ପ୍ରସ୍ତାବକୁ ମଞ୍ଜୁର କରିଦେଇଛନ୍ତି। ମାତ୍ର ଦୂରସଂଚାର ବିଭାଗ ଏବେ ପର୍ଯ୍ୟନ୍ତ ଏହାଠାରୁ ଆଗକୁ ବଢ଼ିନାହିଁ। ବିଏସ୍ଏନ୍ଏଲର କ୍ଷତି ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଗତ ବର୍ଷ ପ୍ରାୟ ୮ହଜାର କୋଟି ଟଙ୍କା କ୍ଷତି ହୋଇଥିଲା। ୨୦୧୭ରେ ୪ହଜାର ୭୮୬ କୋଟି ଥିଲା।
ବିଏସ୍ଏନ୍ଏଲ୍ ବୋର୍ଡ ବ୍ୟାଙ୍କ ଲୋନ୍ ନେବା ପ୍ରସ୍ତାବକୁ ମଞ୍ଜୁର କରିଦେଇଛି। ମାତ୍ର ଏହା କହିଛି କି, ମନୋଜ ସିହ୍ନା ବିଏସ୍ଏନ୍ଏଲର ସମସ୍ତ ୟୁନିୟନ ଏବଂ ଆସୋସିଏସନଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ଅନ୍ୟ ଟେଲିକମ୍ ଅପରେଟର ବି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ଯାଉଛନ୍ତି। ମାତ୍ର ଏହି କମ୍ପାନୀଗୁଡ଼ିକ ଅର୍ଥବିନିଯୋଗ ସ୍ଥିତିକୁ ଚଳାଇ ନେବା ପାଇଁ ଚେଷ୍ଟା କରୁଛନ୍ତି।
ବିଏସ୍ଏନ୍ଏଲର ଏକ ଅଧିକାରୀ କହିଛନ୍ତି କି, ଏହି କମ୍ପାନୀ ଓଡ଼ିଶା ସମେତ କେରଳ, ଜମ୍ମୁ
କଶ୍ମୀର ଏବଂ କର୍ପୋରେଟ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଫେବ୍ରୁଆରିରୁ ବେତନ ଦେବା ଆରମ୍ଭ
କରିଦେଇଛନ୍ତି। ଯେବେ ଆମଦାନୀ ହେବ ସେତେବେଳେ କର୍ମଚାରୀଙ୍କୁ ବେତନର ଅର୍ଥ ପ୍ରଦାନ କରାଯିବ। କାରଣ
ସରକାର କିଛି ବି ଆର୍ଥିକ ସହାୟତା ଦେଇନାହାନ୍ତି। ତେଣୁ ବେତନରେ ଡେରି ହେଉଛି।