BSNLକୁ ନେଇ ସରକାରଙ୍କ ବଡ ଘୋଷଣା ! ଏହି କମ୍ପାନୀ ସହ ହେବ ମିଶ୍ରଣ, ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ ୨୯/୧୧: ବିଏସଏନଏଲର ମର୍ଜରକୁ ନେଇ ନୂଆ ଅପଡେଟ୍ ଆସିଛି। ପିଏମ୍ ମୋଦି ବିଏସଏନଏଲର ମର୍ଜରକୁ ମଞ୍ଜୁରି ଦେଇଛନ୍ତି । ବିଏସଏନଏଲର ରିଭାଇଭଲ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରି ଦିଆଯାଇଛି । ଅର୍ଥାତ୍ ଏବେ ବିଏସଏନଏଲର ଖୁବ୍ ଶୀଘ୍ର ମିଶ୍ରଣ ହୋଇଯିବ । ସରକାର ଏନେଇ ସୂଚନା ଦେଇଛନ୍ତି । ଆସନ୍ତୁ ଜାଣିବା ଲାଟେଷ୍ଟ ଅପଡେଟ୍…
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଣାଇଛନ୍ତି କି ‘ସରକାର ବିଏସଏନଏର ରିଭାଇଭଲ ପାଇଁ ୧,୬୪,୧୫୬ କୋଟି ଟଙ୍କାର ରିଭାଇଭଲ ପ୍ୟାକେଜକୁ ମଞ୍ଜୁରି ଦେଇଛନ୍ତି । କ୍ୟାବିନେଟ ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) ଏବଂ ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିମିଟେଡ୍(BBNL)ର ମର୍ଜରକୁ ମଞ୍ଜୁରି ଦେଇଛି ।’ BSNL ଏବଂ BBNLର ମିଶ୍ରଣ ହେଲେ ଗ୍ରାହକଙ୍କୁ ମଧ୍ୟ ଫାଇଦା ମିଳିବ ।
ଏବେ ପ୍ରଶ୍ନ ଉଠୁଛି କି ଆପଣଙ୍କୁ ଏଥିରେ କେଉଁ ଫାଇଦା ମିଳିବ ? ଆପଣଙ୍କୁ କହିରଖୁଛୁ ଏହି ମର୍ଜରରେ ସାରା ଦେଶରେ ବିଛାଯାଇଥିବା ବିବିଏନଏଲର ୫.୬୭ ଲକ୍ଷ କିଲୋମିଟରର ଅପ୍ଟିକଲ ଫାଇବରର ପୁରା କଣ୍ଟ୍ରୋଲ ବିଏସଏନଏଲ ହାତକୁ ଆସିବ । ଏଥିପାଇଁ ସରକାର ଆଗାମୀ ୩ ବର୍ଷରେ ବିଏସଏନଏଲ ପାଇଁ ୨୩,୦୦୦ କୋଟି ଟଙ୍କାର ବଣ୍ଡ୍ ଜାରି କରିବେ । ସେହିଭଳି ସରକାର ଏମଟିଏନଏଲ୍ ପାଇଁ ୨ ବର୍ଷରେ ୧୭,୫୦୦ କୋଟି ଟଙ୍କାର ବଣ୍ଡ୍ ଜାରି କରିବେ । କେନ୍ଦ୍ର ମନ୍ତ୍ରୀ ଆଗକୁ କହିଛନ୍ତି କି ‘ସରକାର ବିଏସଏନଏଲର ରିଭାଇଭଲ ପାଇଁ ୧,୬୪,୧୫୬ କୋଟି ଟଙ୍କାର ରିଭାଇଭଲ ପ୍ୟାକେଜକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ଟେଲିକମ୍ କମ୍ପାନୀକୁ ୪ଜିରେ ଅପଗ୍ରେଡ୍ କରିବାରେ ସାହାଯ୍ୟ ମିଳିବ ।’
ସରକାରଙ୍କ ପ୍ରସ୍ତୁତି
ଆପଣଙ୍କୁ କହିରଖୁଛୁ କି ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ ବିଏସଏନଏଲର ୩୩ ହଜାର କୋଟି ଟଙ୍କାର ବୈଧାନିକ ବକେୟାକୁ ଇକ୍ୱିଟିରେ ପରିବର୍ତ୍ତନ କରାଗଲା । ଏହା ସହିତ କମ୍ପାନୀ ଏତିକି ରାଶି(୩୩ ହଜାର କୋଟି ଟଙ୍କା)ର ବ୍ୟାଙ୍କ ଲୋନର ପୈଠ ପାଇଁ ବଣ୍ଡ୍ ଜାରି କରିବ । ସେ କହିଛନ୍ତି କି ମନ୍ତ୍ରିମଣ୍ଡଳ ବିଏସଏନଏଲ୍ ଏବଂ ଭାରତ ବ୍ରଡବ୍ୟାଣ୍ଡ୍ ନେଟୱର୍କ ଲିମିଟେଡର ମିଶ୍ରଣକୁ ମଧ୍ୟ ମଞ୍ଜୁରି ଦେଇଛି । ସରକାର ଏହି ମିଶ୍ରଣକୁ ନେଇ ଖାସ୍ ପ୍ରକାର ପ୍ଲାନିଂ କରିଛନ୍ତି । ସାରା ଦେଶରେ ବଡ ନେଟୱର୍କ ବିଏସଏନଏଲ୍ ପାଖରେ ୬.୮୦ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକଲ ଫାଇବର ନେଟୱର୍କ ରହିଛି । କେବଳ ଏତିକି ନୁହେଁ, ବିବିଏନଏଲ୍ ଦେଶର ୧.୮୫ ଲକ୍ଷ ଗ୍ରାମ ପଞ୍ଚାୟତରେ ୫.୬୭ ଲକ୍ଷ କିଲୋମିଟର ଅପ୍ଟିକଲ ଫାଇବର ବିଛାଇଛି । ଏବେ ବିଏସଏନଏଲକୁ ବିବିଏନଏଲ୍ ଦ୍ୱାରା ବିଛାଯାଇଥିବା ଫାଇବରର କଣ୍ଟ୍ରୋଲ ୟୁନିଭର୍ସାଲ ସର୍ଭିସ୍ ଅବ୍ଲିଗେସନ ଫଣ୍ଡ୍(USOF) ଜରିଆରେ ମିଳିବ ।