PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ବିଏସପି ୫ ଟି ରାଜ୍ୟର ନିର୍ବାଚନରେ ଖର୍ଚ୍ଚ କରିଛି ୬୮ କୋଟି, ପଛରେ ପଡ଼ିଲା ଜାତୀୟ ଦଳ

pic- internet

ନୂଆଦିଲ୍ଲୀ :ଜାତୀୟ ଦଳ ତୁଳନାରେ ନିର୍ବାଚନରେ ଅଧିକ ଟଙ୍କା ଖର୍ଚ୍ଚ କରିଛି ବିଏସପି। ବହୁଜନ ସମାଜବାଦି ପାର୍ଟି ଚଳିତ ବର୍ଷ ଉତ୍ତର ପ୍ରଦେଶ ସମେତ ୫ ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ୬୮.୬୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଯେତେବେଳେ କି ତିନୋଟି ଜାତୀୟ ଦଳ ଟିଏମସି, ଏନସିପି ଓ ସିପିଆଇ ନିର୍ବାଚନରେ ୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଦଳ ନିର୍ବାଚନ ଆୟୋଗ ନିକଟରେ ଦେଇଥିବା ଉପସ୍ଥାପନାରେ କହିଛି ଯେ ଗୋଆ,ମଣିପୁର,ପଞ୍ଜାବ,ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ମୋଟ ୬୮,୬୪,୬୩,୨୮୮ ଟଙ୍କା ଖର୍ଚ୍ଚ କରିଛି।

ତେବେ ଉତ୍ତର ପ୍ରଦେଶର ମୋଟ ୪୦୩ ଆସନରେ ବିଏସପି ନିର୍ବାଚନ ଲଢ଼ିଥିବା ବେଳେ ମାତ୍ର ଗୋଟିଏ ଆସନରେ ନିର୍ବାଚନ ଜିତିବାରେ ସଫଳ ହୋଇଥିଲା ଦଳ। ଏନେଇ ରାଜନୈତିକ ପର୍ଯ୍ୟବେକ୍ଷକ ଦଳିତ ନେତା ମାୟାବତୀଙ୍କ ନେତୃତ୍ୱରେ ବିଏସପିର ଖରାପ ପ୍ରଦର୍ଶନକୁ ଦଳ ପାଇଁ ଏହାର ପତନ ବୋଲି କହିଛନ୍ତି। ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ଟିଏମସି କହିଛି, ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ​​ମୋଟ ୪୭.୪ କୋଟି ଟଙ୍କା ଖର୍ଚ୍ଚ କରିଛି।  

 ସେହିଭଳି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ନିର୍ବାଚନ ଖର୍ଚ୍ଚ ରିପୋର୍ଟରେ କହିଛି, ପାଞ୍ଚଟି ରାଜ୍ୟରେ ୧.୩୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଶରଦ ପାୱାରଙ୍କ ରାଷ୍ଟ୍ରୀୟବାଦୀ କଂଗ୍ରେସ ଦଳ ନିର୍ବାଚନରେ ୧୦.୫୪ କୋଟି ଟଙ୍କା ଖର୍ଚ୍ଚ କରିଛି।