୨୦୨୨-୨୩ ବଜେଟ୍ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ

ଭୁବନେଶ୍ବର, ୨/୭ : ଓଡିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କା ଐତିହାସିକ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ବ୍ୟୟ ଅଟକଳ ମଧ୍ୟରୁ ରାଜ୍ୟସ୍ବ ପ୍ରାପ୍ତିରୁ ୧ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଅନ୍ୟାନ୍ୟ ବାବଦରୁ ମିଳିଥିବା ୩୬ ହଜାର ୩୩ କୋଟି ଟଙ୍କା ବଜେଟ୍ ଅଟକଳ ହୋଇଛି ।
ଶିକ୍ଷା ବ୍ୟବସ୍ଥା ଓ ଦକ୍ଷତା ବିକାଶର ରୂପାନ୍ତରୀକରଣ
– ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୭,୩୨୪କୋଟି ଟଙ୍କା ଆବଣ୍ଟନ କରାଯାଇଛି
– ମୋ ସ୍କୁଲ ଅଭିଯାନ ଅଧିନରେ ୬୪୬କୋଟି, ମନୋନୀତ ୧୦୦ଟି ଉତ୍କର୍ଷ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍ ପାଇଁ ୭୯କୋଟି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦କୋଟି ଟଙ୍କା ପ୍ରଦାନ କରାଯାଇଛି
– ଅନୁଦାନ ବାବଦକୁ ଅଣ- ସରକାରୀ ଉଚ୍ଚ ବିଦ୍ୟାଳୟନ ପାଇଁ ୧,୧୦୯କୋଟି ଏବଂ ଅଣ- ସରକାରୀ କଲେଜ ଗୁଡ଼ିକ ପାଇଁ ୧,୨୮୩କୋଟି ଟଙ୍କା
– ସମଗ୍ର ଶିକ୍ଷା ଅଧିନରେ ୩,୫୮୧କୋଟି ଟଙ୍କା
– ବିଶ୍ବ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୧୬୫କୋଟି ଟଙ୍କା
– ବିଶ୍ବ ବ୍ୟାଙ୍କ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉଚ୍ଚ ଶିକ୍ଷାସୁଦୃଢ କରିବା ପାଇଁ ୨୫୮କୋଟି ଏବଂ ରାଷ୍ଟ୍ରୀୟ ଉଚଚାଟର ଶିକ୍ଷା ଅଭାଯାନ(RUSA) ଅଧିନରେ ୧୭୮କୋଟି ଟଙ୍କା
– ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ଗଠନ ପାଇଁ ଏସିୟ ବିକାଶ ବ୍ୟାଙ୍କ (ADB) ସହାୟତାରେ ଓଡ଼ିଶା ବିକାଶ ପ୍ରକଳ୍ପ ଅଧିନରେ ୧୦୦କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି
– ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ଇଞ୍ଜିନିୟରିଂ କଲେଜ, ଇଞ୍ଜିନିୟରିଂ ସ୍କୁଲ, ପଲିଟେକନିକ୍ସର ଭିତ୍ତିଭୂମି ବିକାଶ ପାଇଁ ୨୦୪କୋଟି ଆବଣ୍ଟନ କରାଯାଇଛି
– ଆଇଟିଆଇ ଏବଂ ପଲିଟେକନିକ ମାଧ୍ୟମରେ ଓଡ଼ିଶା ରାଜ୍ୟ ସ୍ବୟଂ ନିଯୁକ୍ତି ମିଶନ ଏବଂ ଯୁବକମାନଙ୍କ ଦକ୍ଷତା ବିକାଶ ପାଇଁ ୨୧କୋଟି ଟଙ୍କା