ବଜେଟ୍ ୨୦୨୩: କେନ୍ଦ୍ର କର୍ମଚାରୀଙ୍କୁ ସୀତାରମଣ ଦେବେ ବଡ଼ ଧରଣର ଉପହାର, କରିପାରନ୍ତି ଏହି ଦୁଇଟି ଘୋଷଣା

ନୂଆଦିଲ୍ଲୀ,୨୩।୧: ଆସନ୍ତା ମାସ ଅର୍ଥାତ ୧ ଫେବୃଆରୀରେ ଆଗତ ହେବାକୁ ଯାଉଛି ବଜେଟ୍ ୨୦୨୩। ଚଳିତ ବଜେଟ୍ରେ କେନ୍ଦ୍ର କର୍ମଚାରୀଙ୍କୁ ଦୁଇଟି ଉପହାର ମିଳିପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ମଚାରୀଙ୍କ ବେତନର ଫିଟମେଣ୍ଟକୁ ବଜେଟ୍ରେ ପରିବର୍ତ୍ତନ କରିବାର ଘୋଷଣା କରିପାରନ୍ତି। ଏହା ସହିତ ଇନ୍ ହାଉସ ବିଲ୍ଡିଂ ଆଲାଉନ୍ସ ଆଡଭାନ୍ସକୁ ମଧ୍ୟ ବଢାଇ ୨୫ ରୁ ୩୦ ଲକ୍ଷ କରିପାରନ୍ତି। ୨୦୨୪ରେ ସାଧାରର ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଶେଷ ପୂର୍ଣ୍ଣ ବଜେଟ୍। ଏଭଳି ସ୍ଥିତିରେ ଆଶା କରାଯାଉଛି ଯେ, ସରକାରୀ କର୍ମଚାରୀଙ୍କୁ ପ୍ରଲୋଭିତ କରିବା ପାଇଁ ଘୋଷଣା କରି ପାରନ୍ତି।
‘ମନି କନଟ୍ରୋଲ’ର ରିପୋର୍ଟ ଅନୁସାରେ, ସପ୍ତମ ବେତନ କମିଶନ୍ ଅନୁସାରେ, ଦରମା ରିଭିଜନକୁ ନେଇ ଦୀର୍ଘ ସମୟ ହେବ ଚର୍ଚ୍ଚା ଚାଲିଛି। କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା ରିଭିଜନ ଆଗାମୀ ବେତନ କମିଶନ୍ର ଫିଟମେଣ୍ଟ ଫାକ୍ଟର ଜରିଆରେ କରାଯାଇପାରେ। ସରକାରଙ୍କ କହିବା ଅନୁସାରେ, ସରକାରୀ କର୍ମଚାରୀଙ୍କ ବେତନରେ ପ୍ରତି ୧୦ ବର୍ଷ ବଦଳରେ ପ୍ରତିବର୍ଷ ବୃଦ୍ଧି କରାଯିବା ଦରକାର। ଏହାଦ୍ବାରା ନିମ୍ନ ପଦରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉଚ୍ଚପଦରେ ଥିବା ଅଧିକାରୀଙ୍କ ଭଳି ବେତନ ମିଳିବାର ରାସ୍ତା ଫିଟି ଯିବ।

କମର୍ଚାରୀଙ୍କ ଦରମା ପ୍ରତିବର୍ଷ ବୃଦ୍ଧି କରିବାର ନିଷ୍ପତ୍ତ ନେଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀ। ୨୦୧୬ ରେ ସପ୍ତମ ବେତନ କମିଶନ୍କୁ ମଞ୍ଜୁରୀ ଦେଇ ଜେଟଲି କହିଥିଲେ, କର୍ମଚାରୀଙ୍କ ବେତନ ପ୍ରତି ବର୍ଷ ବଢିବାର ସମୟ ଆସି ଯାଇଛି। ଏହାଦ୍ବାରା କନିଷ୍ଠ ସ୍ତରର କର୍ମଚାରୀଙ୍କୁ ଲାଭ ମିଳିବ। ଅଷ୍ଟମ କମିଶନ୍ ଗଠନ କରିବାକୁ ଆଉ ଏକ ବର୍ଷ ରହିଛି। ଏଭଳି ସ୍ଥିତିରେ ସରକାର ବଜେଟ୍ ବୃଦ୍ଧିର ବ୍ୟବସ୍ଥାକୁ ଆଗାମୀ ବଜେଟ୍ରେ କରିଦିଆ ଯାଉ।
ବଜେଟ୍ ୨୦୨୩ ରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ହାଉସ ବିଲ୍ଠିଂ ଆଲାଉନ୍ସ(ଏଚବିଏ)କୁ ନେଇ ଦୁଇଟି ବଡ ଘୋଷଣା କରିପାରନ୍ତି। ସରକାର ଭତ୍ତାର ଆଡଭାନ୍ସ ଟଙ୍କା ଓ ଅର୍ଥ ଓ ଏହା ଉପରେ ଲାଗୁଥିବା ସୁଦ୍ଧ, ଦୁଇଟିରେ ବୃଦ୍ଧି କରିପାରନ୍ତି। ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ଘର ତିଆରି କରିବା କିମ୍ବା ମରାମତି ପାଇଁ ସରକାରଙ୍କୁ ଏଚ୍ଆର ଆଡଭାନ୍ସ ରୂପରେ ୨୫ ଲକ୍ଷ ଟଙ୍କାରୁ ବଢାଇ ୩୦ ଲକ୍ଷ ଟଙ୍କାରେ କରାଯାଇପାରେ।