ନୂଆଦିଲ୍ଲୀ,୧।୨: କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ରେ ମହିଳାଙ୍କ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି ବଡ଼ ଘୋଷଣା। ସେ କହିଛନ୍ତି, ସରକାର ପ୍ରଥମ ଥର ବ୍ୟବସାୟ ଆରମ୍ଭ କରିବାକୁ ଥିବା ମହିଳା ଉଦ୍ୟୋଗୀଙ୍କୁ ଦେବେ ପ୍ରୋତ୍ସାହନ। ୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଉପଜାତି ଉଦ୍ୟେଗୀଙ୍କ ପାଇଁ ୨ କୋଟି ଟଙ୍କାର ଋଣ ଦେବେ। ବଜେଟ୍ ଆଗତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଏସ୍ଏମ୍ଇ ଓ ବଡ଼ ଉଦ୍ୟୋଗ ପାଇଁ ବିନିର୍ମାଣମିଶନ୍ ସ୍ଥାପିତ କରାଯିବ। ଏହାଛଡା ସରକାର ଶ୍ରମ-ପ୍ରଧାନ କ୍ଷେତ୍ରର ଉତ୍ପାଦକତା ବଢାଇବା ପାଇଁ ସୁବିଧାଜନକ ଉପାୟ କରିବେ।

ସୀତାରମଣ କହିଛନ୍ତି, ଋଣର ଗ୍ୟାରେଣ୍ଟି କଭରକୁ ଦୁଇଗୁଣ କରି ୨୦ କୋଟି ଟଙ୍କା କରାଯିବ। ଏହା ସହ ଗ୍ୟାରେଣ୍ଟି ଶୁଳ୍କକୁ ହ୍ରାସ କରି ୧% କରି ଦିଆଯିବ। ମୌଳିକ ଢାଞ୍ଚାର ବିକାଶ ପାଇଁ ରାଜ୍ୟକୁ ୫୦ ବର୍ଷର ସୁଧ ମୁକ୍ତ ଋଣ ରୂପରେ ୧.୫ ଲକ୍ଷ କୋଟି ଟଙ୍କା ଦିଆଯିବ। ନୂଆ ପ୍ରୋଜେକ୍ଟରେ ୧୦ ଲକ୍ଷ କୋଟିର ପୁଞ୍ଜିବିନେଶ ପାଇଁ ୨୦୨୫-୩୦ ପାଇଁ ପରିସମ୍ପତ୍ତି ମୁଦ୍ରୀକରଣ ଯୋଜନା ଆରମ୍ଭ ହେବ।
ଏବେ ଘରେ ଘରେ ପହଁଞ୍ଚିବ ‘ଇଣ୍ଡିଆନ୍ ପୋଷ୍ଟ’, ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା