ନୂଆଦିଲ୍ଲୀ,୧।୨:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏନ୍‌ଡିଏ ସରକାରର ତୃତୀୟ କାର୍ଯ୍ୟକାଳର ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ କରିଛନ୍ତି। ବଜେଟ୍ ଅଭିଭାଷଣ ବେଳେ ସୀତାରମଣ କହିଛନ୍ତି, ସରକାରଙ୍କ ଯୋଜନା ଭାରତୀୟ ଡାକ ବିଭାଗକୁ ୧.୫ ଲକ୍ଷ ଗାମୀଣ ଡାକଘର ସହ ଏକ ବଡ଼ ସାର୍ବଜନୀକ ଲଜିଷ୍ଟିକ୍ ସଂଗଠନରେ ପରିବର୍ତ୍ତନ କରାଯିବ, ଯାହାକି ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଲାଭଦାୟକ ହେବ। ଗ୍ରାମୀଣ ଡାକଘର ସହ ଇଣ୍ଡିଆନ ପୋଷ୍ଟ ଓ ୨.୪ ଲକ୍ଷ ଡାକ ସେବକଙ୍କ ବିଶାଳ ନେଟଓ୍ବର୍କ ସହ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଉତ୍ପପ୍ରେରକ ରୂପରେ କାର୍ଯ୍ୟ କରିବା ପାଇଁ ପୁନଃ ସ୍ଥାପିତ କରାଯିବ।‘ ଇଣ୍ଡିଆନ ପୋଷ୍ଟକୁ ଏକ ପ୍ରମୁଖ ସାର୍ବଜନୀକ ଲଜିଷ୍ଟିକ ସଂଗଠନରେ ପରିବର୍ତ୍ତନ କରାଯିବ ପୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଓ ୨.୪ ଲକ୍ଷ ଡାକ ସେବକଙ୍କ ସହ ଏହାର ଉଦେଶ୍ୟ ଗ୍ରାମୀଣ ଲଜିଷ୍ଟିକ୍ ଓ ବିକାଶକୁ ପ୍ରୋତ୍ସାହନ ଦେବା।

ଉଲ୍ଲେଖନୀୟ ଯେ, ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଆରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ହୋଇଥିଲା। ଏହା ଘରେ ବସି ଟଙ୍କା ଜମା କରିବା ଓ ବାହାର କରିବାକୁ ସୁବିଧା ଦେଇଥାଏ। ତେବେ ଏଥିରେ କ୍ରେଡିଟ କାର୍ଡ ଓ ଏଟିଏମ୍‌ ଭଳି ଦେବା ମିଳିନଥାଏ। ଖାସ୍ କଥା ଏହା ଯେ, ଏହି ଯୋଜନା ଅନୁସାରେ, କାହାକୁ ବି ଅଲଗା ବ୍ୟାଙ୍କ ଆକାଉଣ୍ଟ ଦରକାର ପଡିନଥାଏ।   ଯେ କୌଣସି ବ୍ୟକ୍ତି ଯାହାଙ୍କ ପାଖରେ ଆଧାର କାର୍ଡ  ଅଛି ସେମାନେ ଏହା ଜରିଆରେ ବ୍ୟାଙ୍କ ସେବାର ଲାଭ ନେଇପାରିବେ। ଡାକ୍ତ ସେବକଙ୍କ ସାହାଯ୍ୟରେ ଗାଁ ଲୋକ ମଧ୍ୟ ଘରେ ବସି ଟଙ୍କା ବାହାର କରିପାରିବେ ଓ ଜମା କରିପାରିବେ।