ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ନକ୍ଷତ୍ର ପରିବର୍ତ୍ତନ କରିଲେ ବୁଧ, ଏହି ୪ ରାଶିର ବଦଳିବ ଭାଗ୍ୟ...

Published By : Harapriya Sethi | April 3, 2025 11:52 AM

ସୌରମଣ୍ଡଳରେ ଅନେକ ଗ୍ରହ ଅଛନ୍ତି ଏବଂ ସେମାନଙ୍କ ଗୋଚରର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ । ସେହିଭଳି ସମସ୍ତ ଗ୍ରହର ଏକ ଉପନାମ ମଧ୍ୟ ରହିଥାଏ । ଏହା ସହିତ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ନିଜ ନିଜର ଗତି ପରିବର୍ତ୍ତନ କରିଥାନ୍ତି । ଯାହାର ପ୍ରଭାବ ମାନବ ସମାଜ ସହ ସମସ୍ତ ରାଶି ଉପରେ ମଧ୍ୟ ପଡ଼ିଥାଏ । ସେହିଭଳି ବୁଧ ଗ୍ରହଙ୍କୁ ଗ୍ରହ ମାନଙ୍କ ରାଜକୁମାର ବୋଲି କୁହାଯାଇଥାଏ । ବୁଧ ଗ୍ରହ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟରେ ତାଙ୍କ ଚାଲିରେ ପରିବର୍ତ୍ତନ କରିଥାନ୍ତି । ବୁଧ ନିଜ ଚାଲି କିମ୍ୱା ରାଶି ପରିବର୍ତ୍ତନ କରିବାର ପ୍ରଭାବ ସମସ୍ତ ରାଶିମାନଙ୍କ ଉପରେ ପଡ଼ିଥାଏ । 

ବୁଧ ବୁଦ୍ଧି ସଂଚାର ଏବଂ ତର୍କର କାରକଭାବେ ଜଣାଶୁଣା । ଭାଗ୍ୟରେ ତାଙ୍କ ପ୍ରଭାବରୁ ବ୍ୟକ୍ତିଙ୍କୁ ଶିକ୍ଷା, କ୍ୟାରିୟର୍‌ ଏବଂ ବ୍ୟବସାୟରେ ଉନ୍ନତି ପ୍ରାପ୍ତ ହୋଇଥାଏ । ଜ୍ୟୋତିର୍ବିଦଙ୍କ ମତ ଅନୁଯାୟୀ, ବୁଧ ମିଥୁନ ଏବଂ କନ୍ୟା ରାଶିର ସ୍ୱାମୀ । ଗ୍ରହମାନଙ୍କ ରାଜକୁମାର ବୁଧ ଏପ୍ରିଲ ୩ ତାରିଖ ଅର୍ଥାତ ଆଜିଠାରୁ ନିଜର ନକ୍ଷତ୍ର ପରିବର୍ତ୍ତନ କରି ପୂର୍ବଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ଯାହାର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ପଡ଼ିବ ।

ବୃଷ ରାଶି- ବୃଶ ରାଶିର ବ୍ୟକ୍ତି ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ବୁଧଙ୍କ କୃପାରୁ ତାଙ୍କୁ ସେଥିରେ ସଫଳତା ମିଳିବ । ଶିକ୍ଷା ଭକ୍ଷେତ୍ରରେ ଭଲ ପରିଣାମ ମିଳିବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଆପଣଙ୍କ ଆର୍ଥିତ ସ୍ଥିତି ମଜବୁତ ହେବ । 

କର୍କଟ ରାଶି- ବୁଧଙ୍କର ଏହି ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ । ସେୟାର୍ ମାର୍କେଟରେ କିମ୍ୱା ବ୍ୟବସାୟରେ କରାଯାଇଥିବା ନିବେଶରେ ଆପଣଙ୍କୁ ନିବେଶ ଆପଣଙ୍କୁ ଲାଭ ଦେବ । ସନ୍ତାନଙ୍କଠାରୁ କୌଣସି ଶୁଭ ସମ୍ୱାଦ ମିଳିବ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ । କୋର୍ଟ ସମ୍ୱନ୍ଧୀୟ ବିବାଦର ଅନ୍ତ ଘଟିବ । ଯେଉଁ କାରଣରୁ ଆପଣଙ୍କ ଚିନ୍ତା ମଧ୍ୟ ସମାପ୍ତ ହେବ । 

କନ୍ୟା ରାଶି- ବୁଧଙ୍କର ନକ୍ଷତ୍ର ପରିବର୍ତ୍ତନ କରିବା ଫଳରେ କନ୍ୟାରାଶି ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । ଆପଣଙ୍କ ଅଟକି ରହିଥିବା କାମ ସମ୍ପର୍ଣ୍ଣ ହେବ । ଚାକିରୀ କ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ଚାକିରି ଖୋଜୁଥିବା ଲୋକଙ୍କୁ ଇଚ୍ଛା ଅନୁଯାୟୀ ଚାକିରି ମିଳିବ । ଆପଣଙ୍କ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।  

ତୁଳା ରାଶି- ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାଶି ପରିବର୍ତ୍ତନ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଆୟ ଅଧିକ ହେବ । ଧୀର୍ଧଗ ସମୟ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ହେବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ଯାର୍ଥୀମାନେ ସଫଳତା ପାଇବେ ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.