ନୂଆଦିଲ୍ଲୀ,୨୮/୫ : ଜ୍ୟୋତିଷ ଜଗତରେ ବୁଧ ଗ୍ରହର ଉଦୟ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଏବଂ ସକରାତ୍ମକ ଉତ୍ସାହ ଆଣିଥାଏ। ଆଗାମୀ ୨୯ମଇ ୨୦୨୬ରେ ବୁଧ ଗ୍ରହର ପୂର୍ବ ଦୁର୍ବଳତା ଶେଷ ହେବାକୁ ଯାଉଛି ଏବଂ ସେ ବୃଷ ରାଶିରେ ନିଜ ପୂରା ଶକ୍ତି ସହ ଫେରୁଛି । ଯେତେବେଳେ ବି ଏହା ହୋଇଥାଏ ସେତେବେଳେ ମାନସିକ ଦ୍ୱନ୍ଦ୍ୱ ଦୂର ହେବା ଆରମ୍ଭ ହୁଏ, କାରଣ ବୃଷ ରାଶିକୁ ଏକ ଅତ୍ୟନ୍ତ ସ୍ଥିର ରାଶି ଭାବରେ ବିବେଚନା କରାଯାଏ। ଏହି ପରିବର୍ତ୍ତନ ପରେ, ଲୋକମାନେ ଖାଲି କଥାବାର୍ତ୍ତା ଅପେକ୍ଷା କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବେ । ଯଦିଓ ଏହି ପରିବର୍ତ୍ତନ ସମସ୍ତଙ୍କ ପାଇଁ ଭଲ କିନ୍ତୁ ଏହା ବୃଷ, ମିଥୁନ, କନ୍ୟା ଏବଂ ମକର ରାଶିର ଜୀବନକୁ ପରିବର୍ତ୍ତନ କରିବ । ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ଏହି ସମୟ କ’ଣ ଖାସ୍ ନେଇ ଆସୁଛି ।

ବୃଷ

ବୁଧ ଦେବ ଆପଣଙ୍କ ରାଶିରେ ପ୍ରଥମେ ଘରେ ମଜବୁତ ହେଉଛନ୍ତି । ଯାହାର ଅର୍ଥ ହେଉଛି ଆପଣଙ୍କ ମନୋଭାବ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହେବାକୁ ଅଛି । ଆପଣ ପୂର୍ବରୁ ଯେଉଁ କାର୍ଯ୍ୟ କରିବାକୁ ସଂକୋଚ କରୁଥିଲେ ଏବେ ଆପଣ ଆତ୍ମବିଶ୍ୱାସ ପାଇବେ । କର୍ମ କ୍ଷେତ୍ରରେ ଲୋକମାନେ ଆପଣଙ୍କ ମତାମତକୁ ଗମ୍ଭୀରତାର ସହ ନେବେ ଏବଂ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାମ କରିବାର ଶୈଳୀକୁ ପ୍ରଶଂସା କରିବେ। ବ୍ୟବସାୟରେ ନୂତନ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବାର ସୁଯୋଗ ମିଳିବ । କେବଳ କାଗଜରେ ଥିବା ଆର୍ଥିକ ଯୋଜନାଗୁଡ଼ିକ ଏବେ ବାସ୍ତବତାରେ ପରିଣତ ହେବ, ଯାହା ଆପଣଙ୍କୁ ପ୍ରଚଣ୍ଡ ସଫଳତା ଆଣିଦେବ।

ମିଥୁନ

ବୁଧ ଆପଣଙ୍କ ରାଶିର ଶାସକ । ତେଣୁ ଏହାର ଖୋଲାପଣ ଆଶୀର୍ବାଦଠାରୁ କମ୍ ନୁହେଁ। ଅନାବଶ୍ୟକ ଚାପ ଏବଂ ଦ୍ୱନ୍ଦ୍ୱ ଏବେ ଦୂର ହୋଇଯିବ। ଯଦି ଆପଣ ଶିକ୍ଷା, ଲେଖକ, ଗଣମାଧ୍ୟମ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଛନ୍ତି, ତେବେ ଭାବନ୍ତୁ ଆପଣଙ୍କର ଭଲ ଦିନ ଆରମ୍ଭ ହୋଇଯାଇଛି । ଆପଣଙ୍କ ମୁଣ୍ଡରେ ନୂଆ ଏବଂ ଭିନ୍ନ ପ୍ରକ୍ରିୟା ଆସିବ । ଯାହାଦ୍ବାରା କ୍ୟାରିୟରକୁ ତ୍ୱରାନ୍ୱିତ କରିବ। ପୂର୍ବ ସ୍ଥଗିତ କାର୍ଯ୍ୟ ଗୁଡ଼ିକ ଶେଷ ହେବ, ଯାହା ମନକୁ ଅତ୍ୟନ୍ତ ସନ୍ତୋଷ ଆଣିବ।

କନ୍ୟା

ଆପଣଙ୍କ ଭାଗ୍ୟରେ ରାଶି ଦେବ ବୁଧଙ୍କ ଉଦୟ ହେବା ଆପଣଙ୍କ ସୁପ୍ତ ଭାଗ୍ୟକୁ ଜାଗ୍ରତ କରିବ । ଦୀର୍ଘ ଦିନ ଧରି ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକ ଧୀରେ ଧୀରେ ଗତି ପାଇବ। କାର୍ଯ୍ୟସ୍ଥଳରେ ଆପଣଙ୍କ କଠିନ ପରିଶ୍ରମ ବିଷୟରେ ଆଲୋଚନା ହେବ ଏବଂ ଆପଣଙ୍କ ଉପରିସ୍ଥ ଅଧିକାରୀଙ୍କଠାରୁ ପ୍ରଶଂସା ଶୁଣିବେ। ଏହି ସମୟରେ ଆପଣଙ୍କ ଚିନ୍ତାଧାରା ଏତେ ସଠିକ ହେବ ଯେ ଆପଣ ଯାହା ବି ବଡ଼ ନିଷ୍ପତ୍ତି ନେବେ ତାହା ଆଗକୁ ଯାଇ କ୍ୟାରିୟରରେ ଉନ୍ନତି ଏବଂ ମୋଟା ଅଙ୍କର ରୋଜଗାରର ପନ୍ଥା ଖୋଲି ଦେବ।

ମକର

ବୁଧ ଗ୍ରହର ଏହି ପରିବର୍ତ୍ତନ ଆପଣଙ୍କ ବୁଦ୍ଧିକୁ ଆହୁରି ଦ୍ରୁତ କରିବାକୁ ଆସୁଛି । ଯାହାଦ୍ବାରା ଆପଣଙ୍କୁ ସମସ୍ତେ ମାନିବେ । ଯେଉଁ ବ୍ୟକ୍ତିମାନେ କ୍ରିଏଟିଭ୍ କାମ କିମ୍ବା କଳାର ଦୁନିଆ ସହ ଯୋଡ଼ି ହୋଇ ଅଛନ୍ତି ସେମାନ ନିଜ କାର୍ଯ୍ୟଦକ୍ଷତା ସହିତ ଅଫିସ ପରିବେଶକୁ ସମ୍ପୂର୍ଣ୍ଣ ଭାବରେ ନିଜ ସପକ୍ଷରେ ଆଣିବେ। ଟଙ୍କା ଏବଂ ବଜେଟ୍ ସମ୍ବନ୍ଧୀୟ ଆପଣଙ୍କର ନୂତନ ନୀତିଗୁଡ଼ିକ ସମ୍ପୂର୍ଣ୍ଣ ସଞ୍ଚୟ ହେବ । ପରିବାର କିମ୍ବା ପ୍ରିୟଜନଙ୍କ ସହିତ ଖୋଲାଖୋଲି କଥାବାର୍ତ୍ତା କରି ଯେ କୌଣସି ପୁରୁଣା ବିବାଦ ଶୀଘ୍ର ସମାଧାନ ହେବ।