ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

କାଳିଆ ଯୋଜନାକୁ ଟକ୍କର ଦେବ ‘କିଷାନ ସମ୍ମାନ ନିଧି ଯୋଜନା’

ଭୁବନେଶ୍ୱର ୧/୨: ୨୦୧୯ ଅନ୍ତରୀଣ ବଜେଟ୍ ମୋଦି ସରକାର ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି। ଯାହା କି ରାଜ୍ୟ ସରକାରଙ୍କ ‘କାଳିଆ ଯୋଜନା’ ଏବଂ ତେଲେଙ୍ଗାନା ସରକାରଙ୍କ ‘ରୟତବନ୍ଧୁ ଯୋଜନା’କୁ ବଡ ଝଟକା ଲାଗିଛି। ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର କାଳିଆ ଯୋଜନା କରିଥିଲେ। ସେହିଭଳି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ସରକାର ରୟତବନ୍ଧୁ ଯୋଜନା କରି ଭୋଟରଙ୍କର ଆସ୍ଥାଭାଜନ ହୋଇପାରିଥିଲେ।। କେବଳ ସେତିକି ନୁହେଁ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ କୃଷିଋଣ ଛାଡ ନାରା ଦେଇ କଂଗ୍ରେସ କ୍ଷମତାକୁ ଆସିବାରେ ସକ୍ଷମ ହୋଇଛି। ତେଣୁ ଆଗାମି ନିର୍ବାଚନରେ ଚାଷୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହାକୁ ଆଖି ଆଗରେ ରଖି ବଜେଟ୍ରେ ‘କିଷାନ ସମ୍ମାନ ନିଧି ଯୋଜନା’ର ଶୁଭାରମ୍ଭ କରିଛନ୍ତି ଏନ୍ଡିଏ ସରକାର। ଏହି ଯୋଜନା ସିଧାସଳଖ ଓଡିଶାର କାଳିଆ ଯୋଜନା ସହିତ ଟକ୍କର ଦେବ। ଉଭୟ ଯୋଜନାକୁ ତୁଳନା କରିଲେ କାଳିଆ ଯୋଜନାରେ ଚାଷୀ ଅଧିକ ଅର୍ଥ ନିଶ୍ଚୟ ପାଇବେ।

{"id":2032}

ତେବେ କୃଷକମାନଙ୍କ ପାଇଁ ୬ହଜାର ଟଙ୍କାର ସହାୟତା ବ୍ୟତୀତ ବଜେଟ୍ରେ ଆହୁରି ଅନେକ ସୁବିଧା ପ୍ରଦାନ କରାଯାଇଛି। ଯେମିତିକି ତିନିଟି କିସ୍ତିରେ ଏହି ରାଶି ଚାଷୀଙ୍କୁ ପ୍ରଦାନ କରାଯିବ। ଦୁଇ ହେକ୍ଟର ଜମି ଥିବା ଚାଷୀଙ୍କୁ ଏହି ସୁବିଧା ମିଳିବ। ଏଥିରେ ଦେଶର ୧୨କୋଟି ଚାଷୀ ଉପକୃତ ହେବେ। ଫଳରେ କେନ୍ଦ୍ର ସରକାରଙ୍କ ଉପରେ ୭୫ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡିବ ବୋଲି ଆକଳନ କରାଯାଇଛି। ଏଥିସହିତ ପ୍ରାକୃତିକ ବିପର‌୍ୟ୍ୟର ସମ୍ମୁଖିନ ହେଉଥିବା ଚାଷୀଙ୍କୁ ୫ ପ୍ରତିଶତ ସୁଧ ହାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିଭଳି ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଥିବା ଚାଷୀଙ୍କୁ ୨ ପ୍ରତିଶତ ସୁଧ ହାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସର୍ବୋପରି ସମସ୍ତ ୨୨ଟି ଯାକ ଶସ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୧.୫ ଗୁଣ ବୃଦ୍ଧି ପାଇଁ ଯୋଜନାର ଅର୍ନ୍ତଭୁକ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଅଥର୍ମନ୍ତ୍ରୀ ଶ୍ରୀ ଗୋୟଲ ।

Copyright © 2022 - Summa Real Media Private Limited. All Rights Reserved.