ତିଗିରିଆ,୧୨/୭ : କଟକର ତିଗିରିଆ ଥାନା ଅନ୍ତର୍ଗତ ଶେଷ ଗାଁରେ ଆମ୍ବୁଲାନ୍ସ ଧକ୍କାରେ ଷଣ୍ଢ ମୃତ । ଗତ ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ରାସ୍ତା କଡରେ ଶୋଇଥିବା ଏକ ଷଣ୍ଢ ଉପରେ ଚଢ଼ି ଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ତିଗିରିଆ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଉଭୟ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢକୁ ଉଦ୍ଧାର କରିଥିବା ବେଳେ ସେତେବେଳେକୁ ଷଣ୍ଢଟି ମୃତ୍ୟୁବରଣ କରିଥିବା ଜଣାପଡିଥିଲା। ଆଜି ସକାଳୁ ସମାଜସେବୀ ବୁବୁଲ ବେହେରା ,ଚଗଲି ବେହେରା, ଶ୍ରୀନିବାସ ସାମଲ, ପ୍ରସାନ୍ତ ବେହେରା, କାହ୍ନୁ ସାମଲ ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ରୀତିନୀତିରେ ଷଣ୍ଢର ଅନ୍ତେଷ୍ଟି କ୍ରିୟା କରାଯାଇ ସମାଧି ଦିଆଯାଇଥିବା ଜଣାପଡ଼ିଛି।

ଶରଦ ପାୱାରଙ୍କ ଦଳରେ ହଲଚଲ୍, ଅଧକ୍ଷ ପଦ ଛାଡ଼ିଲେ ଜୟନ...