ଫିଲ୍ମ ଷ୍ଟାଇଲରେ ହୋଇଥିଲା ମୃତ୍ୟୁ: ସ୍ତ୍ରୀ ଜଳୁଥିଲା ନିଆଁରେ ଓ ସ୍ବାମୀ ସଂପର୍କୀୟଙ୍କୁ ଫୋନରେ ଶୁଣାଉଥିଲା ସ୍ତ୍ରୀର ଚିତ୍କାର

ହୋଶଂଗାବାଦ,୧୩/୨: ସ୍ବାମୀ ସ୍ତ୍ରୀଙ୍କ ଭିତରେ ଚାଲିଥିଲା ଅହରହ ଝଗଡ଼ା । ଯେଉଁ କାରଣରୁ ସ୍ତ୍ରୀ କଳ୍ପନା ସବୁବେଳେ ଧମକି ଦେଉଥିଲେ କି, ସେ ନିଜ ଜୀବନ ଦେଇଦେବ ବୋଲି। ଏହା କେବଳ ମିଛ ଧମକି ନଥିଲା। ସତରେ, ଅତ୍ୟଧିକ ଝଗଡ଼ା କରଣରୁ କଳ୍ପନା ନିଜର ୨ବର୍ଷର ପୁଅ ଆଗରେ ନିଜ ଦେହରେ କିରାସିନ ଢ଼ାଳି ହୋଇପଡ଼ିଥିଲେ। ଆଉ ହାତରେ ଧରିଥିଲେ ଦିଆସିଲ। ଏହି ସମୟରେ କଳ୍ପନା ରୋଷେଇ ଘରେ ଥାନ୍ତି। ଏତିକିବେଳେ କଳ୍ପନା ପୁଅକୁ ଧକ୍କା ଦେଇ ନିଜ ଦେହରେ ନିଆଁ ଲଗାଇଦେଲେ। ସ୍ବାମୀ କୁଳଦୀପ ବଜାରକୁ ଯାଇଥିଲେ। ସେହି ସମୟରେ କୁଳଦୀପ ଅଚାନକ ଭିତରକୁ ପଶିଆସିଥିଲେ। ମାତ୍ର ନିଆଁରେ ଜଳୁଥିବା ସ୍ତ୍ରୀକୁ ବଞ୍ଚାଇବା ବଦଳରେ ସ୍ବାମୀ ନିଜ ସ୍ତ୍ରୀର ବାପାଘର ଲୋକଙ୍କୁ ଫୋନ୍ କରି ସ୍ତ୍ରୀର ଚିତ୍କାର ଶୁଣାଉଥିଲା। ଏହା ଥିଲା କୁଳଦୀପ ଓ ମଉସା ସଞ୍ଜୟଙ୍କ ଲାଇଭ୍ କଲ୍ ରେକଡିଂ..

କୁଲଦୀପ: ଦେଖନ୍ତୁ, ଏବେ ସେ ହାତରେ ଦିଆସିଲ ଧରି ବସିଛି। ଦେହରେ ବି କିରାସିନ ଢ଼ାଳିଛି। ଦେଖିବାକୁ ଚାହୁଁଛନ୍ତି କି। ଚାହିଁବେ ଯଦି ଭିଡ଼ିଓ କଲିଂ କରିବି।
ସଞ୍ଜୟ: ମାନେ କିରାସିନ୍ ତେଲରେ ଗାଧୋଇଛି
କୁଲଦୀପ: ହଁ
ସଞ୍ଜୟ: କଣ ଦିଆସିଲ ନେଇକି
କୁଲଦୀପ: ହଁ ହାତରେ ଅଛି ଦିଆସିଲ
ସଞ୍ଜୟ: ୟାର୍ କଣ ହୋଇଗଲା ତାର
କୁଲଦୀପ: ସେ ନିଆଁ ଲଗାଉଛି
ସଞ୍ଜୟ: କେଉଁଠି
କୁଳଦୀପ ମଉସାକୁ ଫୋନ୍ କରି କଳ୍ପନାଙ୍କ ବିରୁଦ୍ଧରେ କହୁଥିଲା। ହଠାତ୍ ଚିତ୍କାର ଶବ୍ଦ ଶୁଣିବାକୁ ମିଳିଥିଲା। ଦେଖିଲାବେଳକୁ ରୋଷେଇ ଘରେ ଧୁ ଧୁ ହୋଇ ଜଳୁଥିଲା କଳ୍ପନାର ଜୀବନ୍ତ ଶରୀର। ଏହି ଚିତ୍କାର ଶବ୍ଦକୁ ମଉସା ମଧ୍ୟ ଫୋନ୍ କଲ୍ ମାଧ୍ୟମରେ ଶୁଣୁଥିଲେ।
ସଞ୍ଜୟ: ହାଲୋ
ଦୁଲଦୀପ: ହାଲୋ… ଆରେ.. ମଉସା ଜୀ କୁହନ୍ତୁ
ସଞ୍ଜୟ: ହୁଁ
କୁଲଦୀପ: ମଉସା.. ସେ ଘରେ ବହୁତ ଉତପାତ କରୁଥିଲା। ଘରର ସବୁ ଜିନିଷ ଫୋପାଡ଼ି ଦେଇଛି।
ସଞ୍ଜୟ: କ’ଣ
କୁଲଦୀପ: ଜଣା ନାହିଁ। ଭିତରେ ଗେଟ୍ ବନ୍ଦ କରି ଗ୍ୟାସ ଲଗେଇଦେଇ ପୁଅକୁ ଦିଆସିଲ ମାଗୁଥିଲା। ବାପା ମା’ ତ ନାହାନ୍ତି। ଘର ଭିତରେ ବି କେହି ନାହାନ୍ତି।
ସଞ୍ଜୟ: କେଉଁଠି ରୋଷେଇ ଘରେ।
କୁଳଦୀପ: କେହି ବି ନାହାନ୍ତି ନା..ସମସ୍ତେ ବାହାରକୁ ଯାଇଛନ୍ତି।
ସଞ୍ଜୟ: ତୁମେ କ’ଣ ଏକଲା ହିଁ ଅଛ
କୁଲଦୀପ: ହଁ
କୁଲଦୀପ: ଏଭଳି ନାଟକ ତ ସବୁବେଳେ ହୁଏ। କ’ଣ ପ୍ରଥମ ଥର ପାଇଁ ହୋଇଛି ନା କ’ଣ। ଏହା ସବୁଦିନର ଅସୁବିଧା। ଏବେ କ’ଣ କରିବି। କ’ଣ ନ କରିଥିଲି ମୁଁ। ଏବେ ମୁଁ କିଛି ବୁଝି ପାରୁନି କ’ଣ କରିବି।
ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ହୋଶଂଗାବାଦରେ ଘଟିଛି। ମୃତ ମହିଳାଙ୍କ ପରିବାର ଲୋକ ସ୍ବାମୀଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ସମୟରେ ସ୍ବାମୀ କଥାବାର୍ତ୍ତା ହେଉଥିବାର ଏକ ଅଡିଓ ମଧ୍ୟ ପୋଲିସ ଜବତ କରିଛି । ଯାହାକୁ ଆଧାର କରି ପୋଲିସ ମାମଲାର ଯାଞ୍ଚ କରୁଛି ।