PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କମ୍ପାନୀ ବସ୍, ୬ ଗୁରୁତର

ଢେଙ୍କାନାଳ,୨୬/୫: ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେଲା କମ୍ପାନୀ ବସ । ଏଥିରେ ୬ଜଣ ଗୁରୁତର ହୋଇପଡ଼ିଛନ୍ତି । ଢେଙ୍କାନାଳ ମହିଷାପାଟ ମାଣିଆବନ୍ଧ ଆଶ୍ରମ ସ୍କୁଲ ନିକଟରେ ଏପରି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, କଟକ ଜିଲ୍ଲା ଆଠଗଡ଼ରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟର ବସ ଢେଙ୍କାନାଳରୁ କିଛି କମ୍ପାନୀ କର୍ମଚାରୀ ଏବଂ ଅନ୍ୟ କେତେଜଣ ଯାତ୍ରୀଙ୍କୁ ନେଇ ଆଠଗଡ଼ ଯାଉଥିଲା । ହେଲେ ମହିଷାପାଟ ମାଣିଆବନ୍ଧ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ତେନ୍ତୁଳି ଗଛରେ ପିଟି ହୋଇଥିଲା । ବସର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି । ଯେଉଁଥିରେ ୬ଜଣ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତରଙ୍କ ମଧ୍ୟରେ କମ୍ପାନୀ କର୍ମଚାରୀ ଏବଂ ସାଧାରଣ ଯାତ୍ରୀ ରହିଛନ୍ତି ।

ଖବରପାଇ ଅଗ୍ନିଶମ ଓ ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଆହତମାନେ ତୁଳସୀ ପ୍ରଧାନ, ମାନସୀ ପ୍ରଧାନ, ଜିତେନ୍ଦ୍ର ସାହୁ, ଗଜେନ୍ଦ୍ର ମହାପାତ୍ର, ପିତବାସ ସାହୁ ବୋଲି ଜଣାପଡିଛି । ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୫ଜଣ ଡିଏଚଏଚରେ ଚିକିତ୍ସିତ ହେଉଛନ୍ତି ।