ମୁମ୍ବାଇ,୧୦/୧୨: ମହାରାଷ୍ଟ୍ର କୁର୍ଲାରେ ଭୀଷଣ ସଡକ ଦୁର୍ଘଟଣା ହୋଇଛି । ବ୍ରେକ୍ ଫେଲ ହୋଇ ନିୟନ୍ତ୍ରଣ ହରାଇବାପରେ ମାଡିଗଲା ବସ୍ । ଜଣଙ୍କ ପରେ ଜଣଙ୍କୁ ମିଶା ୩୦ ଜଣଙ୍କ ଉପରେ ଚଢିଗଲା ବସ୍ । ଯାହାକୁ ପାଇଲା ତା ଉପରେ ଚଢିଗଲା । ଏସଜି ବାର୍ଭି ମାର୍ଗରେ ଏକ ବେଷ୍ଟ ବସ୍ ଭାରସାମ୍ୟ ହରାଇ ଏକାଧିକ ଗାଡିକୁ ଧକ୍କା ଦେଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
୧୦୦ ମିଟର ବ୍ୟବଧାନରେ ୩୦ରୁ୪୦ ଗାଡିକୁ ଧକ୍କା ଦେଇଥିଲା ବେଷ୍ଟ ବସ୍ । ଭାରସାମ୍ୟ ହରାଇ ବସଟି ଏକାଧିକ ଗାଡି ଉପରେ ଚଢି ଯାଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୯ଜଣ ଆହତ ହୋଇଛନ୍ତି । ଆହତଙ୍କୁ କୁର୍ଲା ନିକଟସ୍ଥ ଭାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣ ହସ୍ପିଟାଲ ଅଣାଯିବା ବାଟରେ ଆଖିବୁଜିଥିଲେ ।
ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଶିବସେନା ବିଧାୟକ ଦିଲିପ ଲାଣ୍ଡେ । ଦୁର୍ଘଟଣାର କାରଣ ବ୍ରେକ ଫେଲ ହୋଇଥିବା କହିଛନ୍ତି । ନିୟନ୍ତ୍ରଣ ହରାଇବା ପରେ ବସଟି ୩୦ରୁ ୪୦ ଲୋକଙ୍କ ଉପରେ ଚଢିଯାଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଛି ।
ବସଟି କୁର୍ଲା ଷ୍ଟେସନରୁ ଆସୁଥିଲା । ବ୍ରେକ ଫେଲ ହେବା ପରେ ବସ୍ ଚାଳକ ଭୟଭୀତ ହୋଇଯାଇଥିଲେ । କଣ କରିବେ କିଛି ବୁଝିପାରିନଥିଲେ । ବ୍ରେକ ମାରିବା ବଦଳରେ ସେ ଆସିଲେଟର ଦବାଇଦେଇଥିଲେ । ଫଳରେ ଗାଡି ସ୍ପଡ ବଢିଥିଲା । ୩୦ରୁ ୪୦ ଲୋକଙ୍କ ଉପରେ ଚଢିଯାଇଥିଲା । ବସ୍ ଚାଳକକୁ ହେପାଜତକୁ ନେଇଛି ପୋଲିସ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।