PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଡିଭାଇଡରରେ ପିଟିହୋଇ ଜଳିଗଲା ବସ୍, ୬ ଆହତ: ଡ୍ରାଇଭର ଓ ହେଲପର୍ ଫେରାର୍

ନୟାଗଡ଼ ୩୦/୦୧: ଖୋର୍ଦ୍ଧ- ବଲାଙ୍ଗୀର ଜାତୀୟ ରାଜପଥର ବାଣିଗୋଛା ଥାନା ଫାଲପାଜୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତାକଡ଼ରେ ଥିବା ଡିଭାଇଡରରେ ପିଟିହୋଇ ଜଳିଗଲା ସେବା ସଦନ ବସ୍। ହୁତୁ ହୁତୁ ନିଆଁରେ ପୋଡି ପାଉଁଶ ହୋଇଗଲା ଘରୋଇ ବସ୍। ବଡ଼ ଦୁର୍ଘଟଣା ୬ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ୧୦୮ ପହଞ୍ଚି ଏବଂ କିଛି ସ୍ଥାନୀୟ ଲୋକ ଓ ଡ୍ରାଇଭ୍ ସହଯୋଗରେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ମେଡିକାଲକୁ ପଠାଯାଇଛି। ଘଟଣା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଟାଙ୍ଗି ନିକଟ କୁହୁଡି ସାଇ ସେବାସଦନରୁ ଚିକିତ୍ସିତ ହୋଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳକୁ ଫେରୁଥିଲେ ରୋଗୀ । ସାଇସେବାସଦନରେ ବିଭିନ୍ନ ପ୍ରକାରର ଅପରେସନ୍ ହୋଇ ଏହି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଘରକୁ ଫେରୁଥିଲେ । ବସଟି ବାଣିଗୋଛାର ୨ କିମି ପୂର୍ବରୁ କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଯାଇଥିଲା । ବସ୍‌ଟି ଡିଭାଇଡର ଭିତକୁ ପଶି ଯାଇଥିଲା। ଯାହାଫଳରେ ଲୋକମାନେ ଭୟଭୀତ ହୋଇ ଗାଡିରୁ ଓହ୍ଲାଇ ପଡିଥିଲେ । ଏହାପରେ ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ବସ୍‌ର ଚାରିଆଡେ ମାଡ଼ି ଯାଇଥିଲା। ହୁତୁହୁତୁ ହୋଇ ବସ୍‌ଟି ପୋଡି ପାଉଁଶ ହୋଇଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ପହଞ୍ଚି ଆହତମାନଙ୍କୁ ମେଡିକାଲ ପଠାଇଥିଲେ। ଆହତ ହୋଇଥିବା ରୋଗୀଙ୍କ ମଧ୍ୟରେ ନୂଆପଡ଼ା ଜିଲ୍ଲାର ସୁରେଶ ବେହେରା(୪୦) ଶ୍ରୀନିବାସ ଅର୍ଜିଆଲ (୨୦) ,ନୃସିଂହ ଚନ୍ଦ୍ର ନାୟକ(୩୪) ମହାଦେବ ଅର୍ଡିଆଲ( ୩୭) କିଶୋର କହଁର (୪୭) ଖେଟାପାଜି ଜିଲ୍ଲା ଫୁଲବାଣୀ ଉର୍ମିଳା ଦେହୁରୀ (୫୫) ରେଡ୍ରିଖୁଲ ଘର ଖଜୁରୀପଡା ଭବାନୀ ରଣା (୩୫) ଘର ବହିରା ବୌଦ୍ଧ ବିଭିନ୍ନ ଜିଲ୍ଲାର ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ପାଇଁ ଚାନ୍ଦପୁର କୁହୁଡିରେ ଥିବା ସାଇ ସଦନ୍ ମେଡିକାଲ୍କୁ ଯାଇଥିଲେ ଫେରିବା ସମୟରେ ବସ୍‌ଟି ମାଡ଼ହୋଇ ଜଳିଯାଇଥିଲା। ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ବସଟି ପ୍ରାୟ ଜଳିଯାଇଥିଲା । ବସ୍‌ ଡ୍ରାଇଭର ଏବଂ ହେଲପର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।