PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଭାରସାମ୍ୟ ହରାଇ ମାଲ ବୋଝେଇ ଟ୍ରକ୍କୁ ଧକ୍କା ଦେଲା ଦିଲଖୁସ୍ ଯାତ୍ରୀବାହୀ ବସ୍, ୩ ଗୁରୁତର

ବୌଦ୍ଧ,୧୯/୦୮: ଭାରସାମ୍ୟ ହରାଇ ମାଲ ବୋଝେଇ ଟ୍ରକ୍କୁ ଧକ୍କା ଦେଲା ଦିଲଖୁସ୍ ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ବଡ଼ ଦୁର୍ଘଟଣାରୁ ୨୦ ଅଧିକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ବୌଦ୍ଧ ଜିଲ୍ଲା ରାଧା ନଗର ଛକ ନିକଟରେ ଘଟିଛି। ଘଟଣାସ୍ଥଳରେ ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ବସ୍‌କୁ ରାସ୍ତାରୁ ହଟାଇବାକୁ ବ୍ୟବସ୍ଥା କରିଛି।

ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ (ଓଡି୦୨ଏୟୁ୨୫୯୭) ଦିଲଖୁସ୍ ନାମକ ଯାତ୍ରୀବାହୀ ବସ୍ ବଲାଙ୍ଗୀରରୁ ଭୁବନେଶ୍ଵର ଅଭିମୁଖେ ଯାଉଥିଲା  । ରାତି ପ୍ରାୟ ୩ଟା ସମୟରେ ରାଧାନଗର ଛକ ନିକଟରେ ରାସ୍ତାରେ ବସଟି ତାର ଭାରସାମ୍ୟ ହରାଇ ଏକ ମାଲ୍ ବୋଝେଇ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ବସର କଣ୍ଡକ୍ଟର ଏବଂ ଜଣେ ଯାତ୍ରୀ ଆହତ ହୋଇଥିଲେ।

ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି। ତେବେ ବସରେ ଥିବା ପ୍ରାୟ ୨୦ ରୁ ୨୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କୁ ଅନ୍ୟ ଏକ ବସ୍ ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଦୁର୍ଘଟଣା ଯୋଗୁଁ ପ୍ରାୟ ୩ ଘଣ୍ଟା ଧରି ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା । ବସଟିକୁ ରାସ୍ତା ରୁ ଉଦ୍ଧାର କଲା ପରେ ଯାତାୟାତ ସ୍ଵାଭାବିକ ହୋଇଛି ।