ଓଏସ୍ଆର୍ଟିସି ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ଡ୍ରାଇଭର ଗୁରୁତର, ୩୫ ଯାତ୍ରୀ ଆହତ

ବରଗଡ଼ ୧୯/୦୬: ବରଗଡ ଜିଲ୍ଲା ବରପାଲି ମେହେରପଡ ନିକଟରେ ଓଏସ୍ଆର୍ଟିସି ବସ୍ ଓ ମାଲ ବୋଝୋଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ବସ୍ ସମ୍ମୁଖ ଭାଗ ମଝି ଯାଇ ଭାଙ୍ଗି ଚୁରୁମାର୍ ହୋଇଯାଇଛି। ସେହିଭଳି ଟ୍ରକ୍ କ୍ୟାବିନ୍ ଦୁର୍ଘଟଣାରେ ଭାଙ୍ଗି ଯାଇଛି। ଜୋର ଦାରା ଧକ୍କାରେ ଉଭୟ ଗାଡ଼ିର ଡ୍ରାଇଭର ସମେତ ବସରେ ଥିବା ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛି। ପୋଲିସ ଓ ଅଗ୍ନିଶମ ଟିମ୍ ସହ ସ୍ଥାନୀୟ ଲୋକଙ୍କ ସାହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ବରପାଲି ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବି, ଆଜି ସକାଳେ ବରପାଲିର ମେହେର ପଡ଼ା ନିକଟରେ ଏକ ବସ୍(ଓଡି ୧୭ ୩୦୮୨) ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣାରେ ବସ୍ ଓ ଟ୍ରକ୍ର ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଉଭୟ ଡ୍ରାଇଭରଙ୍କ ବରପାଲି ହସ୍ପିଟାଲରେ ଚିକିତ୍ସା ଚାଲିଛି।