PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଜନସଂଖ୍ୟା ସର୍ଭେ: ଆନନ୍ଦ ମହିନ୍ଦ୍ରା କଲେ ଭାରତୀୟଙ୍କ ପ୍ରଶଂସା, ଟ୍ୱିଟ୍ ହୋଇଗଲା ଭାଇରାଲ

ନୂଆଦିଲ୍ଲୀ ୨୦/୧୧: ବିଜନେସମ୍ୟାନ୍ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟ୍ୱିଟ୍ ଏବେ ଭାଇରାଲ ହେଉଛି । ଅବଶ୍ୟ ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି ଏବଂ ତାଙ୍କର ଅନେକ ଟ୍ୱିଟ୍ ଭାଇରାଲ ହୋଇଥାଏ । ଏବେ ତାଙ୍କର ଏକ ଟ୍ୱିଟରେ ଦେଶର ଜନସଂଖ୍ୟା ଏବଂ ବିକାଶକୁ ନେଇ ମନ୍ତବ୍ୟ ସାମ୍ନାକୁ ଆସିଛି । ସେ ଭାରତର ଭବିଷ୍ୟତକୁ ନେଇ ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି ।

ବାସ୍ତବରେ ଏକ ସର୍ଭେ ଅନୁସାରେ ଦେଶର ନାଗରିକଙ୍କୁ ଲାଗୁଛି କି ଦେଶ ସଠିକ୍ ରାସ୍ତାରେ ଅଛି । ଏହା ବ୍ୟତୀତ ଆଉ ଏକ କଥା ମଧ୍ୟ ସର୍ଭେରେ ସାମ୍ନାକୁ ଆସିଛି । ନିଜର ଏକ ଟ୍ୱିଟରେ ଆନନ୍ଦ ମହିନ୍ଦ୍ରା ଏହି ସର୍ଭେକୁ ସେୟାର କରି ଭାରତୀୟଙ୍କୁ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି କି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସର୍ବେକ୍ଷଣର ନିଷ୍କର୍ସ ସମ୍ପର୍କରେ ସନ୍ଦେହ କରିବେ କିନ୍ତୁ ମୋତେ ପୂର୍ଣ୍ଣ ବିଶ୍ୱାସ କି ଆମେ ବାସ୍ତବରେ ଏକ ଆଶାବାଦୀ ରାଷ୍ଟ୍ରରେ ଅଛନ୍ତି । ଆଶାବାଦୀ ହେବା ଦ୍ୱାରା ସଫଳତା ମିଳିପାରେ । ଏବଂ ସକାରାତ୍ମକ ପରିଣାମ ପାଇଁ ଏହା ଏକ ଇନ୍ଧନ ମଧ୍ୟ ।

କହିରଖୁଛୁ ଏହି ସର୍ଭେ ଆମେରିକା ଏବଂ ବ୍ରିଟେନ ସମେତ ୨୨ ଦେଶରେ କରାଯାଇଥିଲା । ସର୍ଭେରେ କୁହାଯାଇଥିଲା କି କେବଳ ଭାରତୀୟ ଏବଂ ସ୍ୱିଜରଲ୍ୟାଣ୍ଡର ଜନସଂଖ୍ୟାକୁ ଲାଗୁଛି କି ତାଙ୍କ ଦେଶର ଦୃଷ୍ଟି ବିବେକପୂର୍ଣ୍ଣ ଏବଂ ସଠିକ୍ । ଯଦିଓ ପୋଲାଣ୍ଡ, ୟୁକେ, ବେଲଜିୟମ, ସ୍ପେନ୍, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଦକ୍ଷିଣ କୋରିଆ, ଆମେରିକା, ଜର୍ମାନୀ, ଜାପାନ, ନରୱେ, ସ୍ୱିଡେନ୍, କାନାଡା, ଆୟରଲ୍ୟାଣ୍ଡ ଏବଂ ଇଟଲୀରେ ୬୦ ପ୍ରତିଶତରୁ ଅଧିକ ଲୋକ ଚିନ୍ତା କରନ୍ତି କି ତାଙ୍କ ଦେଶ ଭୁଲ ରାସ୍ତାରେ ଯାଉଛି । ତେବେ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ୍ ଏବେ ଭାଇରାଲ  ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର