PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ନରସିଂହପୁର, ୨୮।୯ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ସିଆରିଆ ଛକ ତାରିଣୀ ମନ୍ଦିର ପୋଖରୀ ନିକଟରେ ଜଣେ ବ୍ୟବସାୟୀଙ୍କୁ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ବ୍ୟବସାୟୀ ଜଣଙ୍କ ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ଋଷିପଡା ହରିପୁର ଗ୍ରାମର ନଗେନ୍ଦ୍ର ପଣ୍ଡା (୫୪) ।

ନଗେନ୍ଦ୍ର ପଣ୍ଡାଙ୍କ ଚମ୍ପେଶ୍ୱର ବଜାରରେ ଏକ ସୁନା ଗହଣା ଅଳଙ୍କାର ଦୋକାନ ରହିଛି। ସବୁଦିନ ପରି ଦୋକାନ ବନ୍ଦ କରି ଟଙ୍କା ଏବଂ ସୁନା ଗହଣା ନେଇ ବୁଧବାର ରାତି ପ୍ରାୟ 9ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ସିଆରିଆ ତାରିଣୀ ମନ୍ଦିର ପୋଖରୀ ନିକଟରେ ପୂର୍ବରୁ ଲୁଚି ରହିଥିବା ଦୁଇଜଣ ଅଜଣା ଦୁର୍ବୁତ୍ତ ନଗେନ୍ଦ୍ର ପଣ୍ଡାଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି ଟଙ୍କା ସୁନା ଗହଣା ଲୁଟିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ନରସିଂହପୁର ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ଅରୁଣ ପ୍ରଧାନ ,ଦିପୁ ଗଡପଲ୍ଲା ଆଦି ଚାରିଜଣ ଯୁବକ କଟକ ଆଡୁ ଏକ କାର୍ ରେ ଘରକୁ ଫେରୁଥିବା ସମୟରେ ଗାଡ଼ି ଲାଇଟ ଦେଖି ନଗେନ୍ଦ୍ରଙ୍କୁ ଛାଡ଼ି ଦୁର୍ବୃତ୍ତମାନେ ପଳାଇ ଯାଇ ଥିଲେ। ଅରୁଣ ଏବଂ ଅନ୍ୟମାନେ ନଗେନ୍ଦ୍ରଙ୍କୁ ଉଦ୍ଧାର କରି କାନପୁର ମେଡ଼ିକାଲକୁ ଆଣିଥିଲେ।