PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

୨୦୩୦ ସୁଦ୍ଧା ବିଶ୍ବର ୩ୟ ବୃହତ ଅର୍ଥନୀତି ହେବ ଭାରତ, ପିଏମ୍‌ ମୋଦିଙ୍କ କାର୍ଯ୍ୟ ପ୍ରଶଂସନୀୟ: ଗୌତମ ଆଦାନୀ

ନୂଆଦିଲ୍ଲୀ ୧୯/ ୧୧: ସଶକ୍ତ ହେଉଛି ଭାରତର ଅର୍ଥନୀତି । ବର୍ତ୍ତମାନ ବିଶ୍ବର ୫ମ ବୃହତ ଅର୍ଥନୀତି ଥିବା ଭାରତ ଆଗାମୀ କିଛି ବର୍ଷ ମଧ୍ୟରେ ଆହୁରି ବିକଶିତ ହେବାକୁ ଯାଉଛି । ବଡ ବଡ ଅର୍ଥନୀତିଜ୍ଞମାନେ ମଧ୍ୟ ଦେଶର ଆର୍ଥିକ ସ୍ଥିତି ବାବଦରେ ସକାରାତ୍ମକ ବୟାନ ଦେଉଛନ୍ତି । ଏହି କ୍ରମରେ ବିଶ୍ବର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ବଡ ବୟାନ ଦେଇଛନ୍ତି ।

ଗୌତମ ଆଦାନୀ କହିଛନ୍ତି, ‘୨୦୩୦ ଶେଷ ସୁଦ୍ଧା ଭାରତ ବିଶ୍ବର ୩ୟ ବୃହତ ଅର୍ଥନୀତି ଭାବେ ଉଭା ହେବ । ଏହି କ୍ରମରେ ୨୦୫୦ ସୁଦ୍ଧା ଭାରତ, ବିଶ୍ବର ଦ୍ବିତୀୟ ସର୍ବବୃହତ ଅର୍ଥନୀତି ହୋଇଯାଇଥିବ ଏଥିରେ ସନ୍ଦେହ ନାହିଁ’। ଶନିବାର ମୁମ୍ବାଇରେ ଅନୁଷ୍ଠିତ ଓ୍ବାଲର୍ଡ କଂଗ୍ରେସ ଅଫ୍‌ ଆକାଉଣ୍ଟାଣ୍ଟସ୍-୨୦୨୨ କାର୍ଯ୍ୟକ୍ରମକୁ ଉଦବୋଧନ ଦେଇ ଏମିତି କହିଛନ୍ତି ଗୌତମ ଆଦାନୀ ।

ଆଦାନୀ କହିଛନ୍ତି, ‘ଆସନ୍ତା ୩ ଦଶନ୍ଧି ମଧ୍ୟରେ ଉଦ୍ୟୋଗ ଶିଳ୍ପର ଭୂସ୍ବର୍ଗ ପାଲଟିବ ଭାରତ । ଗତ ୮ ବର୍ଷ ମଧ୍ୟରେ ଭାରତର ଭିସି ଫଣ୍ଡିଂ ବା ଭେଞ୍ଚର କ୍ୟାପିଟାଲ୍ ଫଣ୍ଡିଂ (ଉଦ୍ୟୋଗ ପୁଞ୍ଜି ପାଣ୍ଠି) ୫୦ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୪ ଲକ୍ଷ ୭ ହଜାର କୋଟି ଟଙ୍କା)ରେ ପହଞ୍ଚିସାରିଛି । ଯାହାକି ଦେଶର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ କାରଣ ପାଲଟିଛି । ଆଗାମୀ ଦିନରେ ଏହା ଆହୁରି ମଧ୍ୟ ବୃଦ୍ଧିପାଇବ’।

ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ଦଶନ୍ଧି ଅର୍ଥାତ ୨୦୩୦ ପରଠାରୁ ଭାରତର ଜିଡିପି ପ୍ରତି ୧୨ ରୁ ୧୮ ମାସ ମଧ୍ୟରେ ଟ୍ରିଲିୟନ ଡଲାର (୧ଲକ୍ଷ କୋଟି) ଆକାରରେ ବୃଦ୍ଧି ପାଇବ । ଏହା ହେଲେ ୨୦୫୦ ସୁଦ୍ଧା ଭାରତର ଅର୍ଥନୀତି ୩୦ଟ୍ରିଲିୟନ ଡଲାର ଛୁଇଁବ । ମୋଦି ସରକାରଙ୍କ କାର୍ଯ୍ୟକ୍ରମଗୁଡିକୁ ମଧ୍ୟ ଭୂରିଭୂରି ପ୍ରଶଂସା କରିଛନ୍ତି ଗୌତମ ଆଦାନୀ । ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନୂଆ ନୂଆ ପଦକ୍ଷେପ ବେଶ ସହାୟକ ହୋଇଛି ବୋଲି ଆଦାନୀ କହିଛନ୍ତି ।

ସମ୍ବନ୍ଧିତ ଖବର