PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବଦଳିଲା ଆଧାର ସମ୍ପର୍କିତ ଏହି ଆଇନ୍, ସାଧାରଣ ଲୋକଙ୍କ ଉପରେ ପଡିବ ସିଧା ପ୍ରଭାବ

ନୁଆଦିଲ୍ଲୀ ୨୫/୭: ମୋଦି ସରକାର ଆଧାର ଏବଂ ଅନ୍ଯ ଆଇନ୍(ସଂଶୋଧନ) ବିଧେୟକ ୨୦୧୯ରେ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଦେଇଛନ୍ତି । ଆଇନର ଏହି ସଂଶୋଧନ ଅନୁସାରେ ଏକ ନୂଆ ନିୟମ ସାମିଲ କରାଯାଇଛି । ଏବେ ଆଧାରକୁ ରାଜ୍ଯ ଯୋଜନା ଓ ସବସିଡି ପାଇଁ ମଧ୍ଯ ବ୍ଯବହାର କରିହେବ । ଆଧାର ଆଇନରେ ସଂଶୋଧନ ପରେ ରାଜ୍ଯ ତରଫରୁ ଚଲାଯାଉଥିବା କୌଣସି ଯୋଜନା ପାଇଁ ରାଜ୍ଯ ସରକାର ଜାତୀୟ ବାୟୋମେଟ୍ରିକ୍ ପରିଚୟକୁ ବ୍ଯବହାର କରିପାରିବେ । ଆପଣଙ୍କୁ କହିରଖୁଛୁ ସଂସଦରେ ଏହା ପୂର୍ବରୁ ଚଳିତ ମାସରେ ଆଧାର ଏବଂ ଅନ୍ଯ ଆଇନରେ ସଂଶୋଧନକୁ ମଞ୍ଜୁରୀ ଦିଆଯାଇଥିଲା । ଏହି ସଂଶୋଧନରେ, ମୋବାଇଲ୍ ଫୋନର ସିମ୍ କାର୍ଡ ଆଣିବା ପାଇଁ କିମ୍ବା ବ୍ଯାଙ୍କ ଆକାଉଣ୍ଟ ଖୋଲିବା ପାଇଁ ୧୨ ଅଙ୍କ ବିଶିଷ୍ଟ ଏହି ପରିଚୟ ପତ୍ର ସଂଖ୍ଯାର ବ୍ଯବହାର କରିବା ପାଇଁ ଅନୁମତି ଦିଆଯିବା କଥା କୁହାଯାଇଥିଲା ।

ଏବେ କଣ କଲେ ସରକାର
ସରକାର ଏବେ ଏଥିରେ ଏକ ନୂଆ ନିୟମ ଯୋଡିବା ପାଇଁ ସଂଶୋଧନ ପ୍ରସ୍ତାବ କରିଛନ୍ତି ଯେଉଁଥିରେ ରାଜ୍ଯକୁ ନିଜ ଯୋଜନାକୁ କ୍ରିୟାନ୍ୱିତ କରିବା ପାଇଁ  ଆଧାରର ବ୍ୟବହାର ପାଇଁ ଅନୁମତି ଦିଆଯିବାର ନିୟମ ରହିଛି । ଆଧାର ଏବଂ ଅନ୍ୟ ଆଇନ୍(ସଂଶୋଧନ) ବିଲ୍, ୨୦୧୯ରେ ଏକ ନୂଆ ଧାରା ୫ଏକୁ ଯୋଡା ଯାଇଛି । ଏଥିରେ କୁହାଯାଇଛି ଯେ ପ୍ରମୁଖ ଆଇନ ଧାରା ୭ରେ ଭାରତର ସମେକିତ କୋଷ ସହିତ ରାଜ୍ଯର ସମେକିତ କୋଷ ଶବ୍ଦ ଯୋଡାଯାଇଛି ।

ଏହା ଫଳରେ କଣ ହେବ
ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି ଯେ ବିଭିନ୍ନ ରାଜ୍ଯ ଏଥିପାଇଁ ଦାବି କରୁଥିଲେ । ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶାନୁସାରେ ଏଭଳି ମାମଲାରେ ଆଧାର ବ୍ୟବହାରକୁ ଅନୁମତି ଅଛି, ଯେଉଁଠି ଫଣ୍ଡ ସିଧା କେନ୍ଦ୍ର ସରକାରଙ୍କଠୁ ଆସିଥାଏ । ଏଥିରେ ଆଧାର ବ୍ୟବହାର କରାଯାଇହେବ । କେନ୍ଦ୍ରୀୟ ଯୋଜନାଗୁ଼ଡିକ ପାଇଁ ଯେଉଁଭଳି ଉପାୟରେ କେନ୍ଦ୍ରୀୟ ଫଣ୍ଡରୁ ସବସିଡି ହିତାଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଥାଏ ସେହିଭଳି ଆଧାରର ବ୍ୟବହାର ରାଜ୍ୟ ସବସିଡିକୁ ମଧ୍ୟ ଟ୍ରାନ୍ସଫର କରିହେବ ।

ସମ୍ବନ୍ଧିତ ଖବର