ଭୁବନେଶ୍ବର, ୭।୧୨ :  ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି ।  ମହାନଗର ସ୍ବେରେଜ୍‌ ପରିଚାଳନାରେ ତ୍ରୁଟି ଧରିଛନ୍ତି ସିଏଜି। ମହାନଗର ନିଗମ ସ୍ବେରେଜ୍‌ ପରିଚାଳନାରେ ଅନିୟମିତତା  ହୋଇଛି । ୩ ହଜାର ୪୫ କୋଟିର ଅର୍ଥ ଅପଚୟ ହୋଇଛି। ଡିପିଆର ପ୍ରସ୍ତୁତିରେ ତ୍ରୁଟି ପାଇଁ ଅପଚୟ ହୋଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। 

ବର୍ଷା ଜଳ,ସ୍ବେରେଜ୍‌ ପରିଚାଳନା ବାବଦକୁ ଖର୍ଚ୍ଚ କମ୍‌ ହୋଇଛି। କନ୍‌ସଲଟାନ୍ସି ସେବା ପାଇଁ ଜିଏସଟି ଛାଡ଼ ଯୋଗୁଁ କ୍ଷତି ହୋଇଛି। ୩୦ କୋଟି ଟଙ୍କା ଅଧିକ କ୍ଷତି ହୋଇଛି। ୩୩୩ କୋଟି କେନ୍ଦ୍ରୀୟ ସହାୟତା ହରାଇଛନ୍ତି ସରକାର। ବାର୍ଷିକ ବିବରଣୀ ପ୍ରସ୍ତୁତି ନହେବାରୁ ଫେରିଛି ଟଙ୍କା। 

କଟକ ଡ୍ରେନେଜ୍‌ କାମ ବିଳମ୍ବ ପାଇଁ ୨୪୯ ଅଧିକ ବ୍ୟୟ ହୋଇଛି। ସ୍ବେରେଜ୍‌ ବର୍ଜ୍ୟବସ୍ତୁ ପରିଚାଳନରେ ମହାନଗର ନିଗମ ଫେଲ୍‌ ହୋଇଛି।  ୫ ମହାନଗରରେ ଉତ୍ପନ୍ନ ହେଉଛି ୫୫୮ MLD ବର୍ଜ୍ୟବସ୍ତୁ। ଏଥିରୁ ସ୍ବରେଜ୍‌ ପ୍ରଣାଳିରେ ସଂଗ୍ରହ ମାତ୍ର ୫୨ MLD। ଅବଶିଷ୍ଟ ୫୦୫ MLD ଜଳାଶୟକୁ ଛଡ଼ାଯାଉଛି।

ଭୁବନେଶ୍ବର ସ୍ବେରେଜ୍‌ କାମରେ ଅଧିକ ଖର୍ଚ୍ଚ ହୋଇଛି। କାମ ବିଳମ୍ବ ପାଇଁ ୫୫୦ କୋଟି ଅଧିକ ଖର୍ଚ୍ଚ ହୋଇଛି। ୧୨୩୯ କୋଟିର ପରିବେଶ କ୍ଷତିପୂରଣ ଆଦାୟ ହୋଇନି ବୋଲି ରିପୋର୍ଟରେ ଦର୍ଶାଯାଇଛି।