ନୂଆଦିଲ୍ଲୀ,୧୧/୦୨; କାନାଡାର ଉତ୍ତର-ପୂର୍ବ ବ୍ରିଟିଶ କଲମ୍ବିଆର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୁଳିଚାଳକ ମଧ୍ୟ ରହିଥିବା ସୂଚନା ମିଳିଛି । ଆଖିବୁଜା ଗୁଳିମାଡ଼ରେ ୨୫ରୁ ଅଧିକ ଆହତ ହୋଇଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି । ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ୍ କହିଛି ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତିର ମୃତଦଦେହ ମିଳିଛି । ସେ ନିଜକୁ ନିକେ ଗୁଳି କରିଥିବାର ସନ୍ଦେହ କରାଯାଉଛି ।

ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ କହିଛି ଯେ, ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍କୁଲରେ ଆଖିବାଜୁ ଗୁଳିମାଡ଼ ପରେ ସେ ନିଜକୁ ନିକେ ଗୁଳି କରିଛି । ଟୁମ୍ବର୍ ରିଜ୍ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାନୀୟ ସମୟ ଅପରାହ୍ନ ୧.୨୦ ରେ ଏହି ଘଟଣା ଘଟିଥିଲା । ଟୁମ୍ବର୍ ରିଜ୍ ପୋଲିସ ଏକ ସତର୍କ ସୂଚନା ଜାରି କରିଛି । ପୁଲିସ ଏହି ଘଟଣାରେ ସେହି ସନ୍ଦିଗ୍ଧ ବ୍ୟକ୍ତି ସମ୍ପୃକ୍ତ କି ନାହିଁ ଏବଂ ସମ୍ଭାବ୍ୟ ପୀଡିତଙ୍କ ସଂଖ୍ୟା ନିର୍ଣ୍ଣୟ କରିବା ଜାରି ରଖିଛି । ଆକ୍ରମଣକାରୀଙ୍କ ବ୍ୟତୀତ, ସ୍କୁଲ ଭିତରେ ଅନ୍ୟ ୬ ଜଣ ଲୋକ ମୃତ ଅବସ୍ଥାରେ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ୨ଜଣ ଆହତଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲକୁ ନେବା ବାଟରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୨୫ ଜଣଙ୍କୁ ସାମାନ୍ୟ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । ସ୍କୁଲର ଅନ୍ୟ ସମସ୍ତ ଛାତ୍ର ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢା ଯାଇଛି ଏବଂ ତଦନ୍ତ ଜାରି ରହିଛି ।

ଏହା ବି ପଢନ୍ତୁ...ଟେକଅଫ୍ କରିବାର କିଛି ମିନିଟ୍ ପରେ ସମୁଦ୍ରରେ ଖସି ପଡ଼ିଲା ବିମାନ, ପାଇଲଟଙ୍କ ପାଇଁ ବଞ୍ଚିଗଲା ୫୫ ଜୀବନ

​​​​​​​ଅଞ୍ଚଳର ବିଧାୟକ ଲାରି ନ୍ୟୁଫେଲ୍ଡ କହିଛନ୍ତି ଯେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟକ ପୁଲିସ ଏବଂ ଆମ୍ବୁଲାନ୍ସ ଦଳ ପଠାଯାଇଛି । ସେ କହିଛନ୍ତି ଯେ, ସେ ଅଧିକ ବିବରଣୀ ଲୁଚାଉଛନ୍ତି କାରଣ ଏହା ଚାଲୁଥିବା ଅପରେସନର ସୁରକ୍ଷାକୁ ବିପଦରେ ପକାଇପାରେ । ସେ କହିଛନ୍ତି ଯେ, କିଛି ଲୋକ ନିଜ ପରିବାର ସଦସ୍ୟଙ୍କୁ ଖୋଜିବା ପାଇଁ ବାହାରକୁ ଆସିଛନ୍ତି । କିନ୍ତୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ନିଜ ଘରକୁ ଫେରିଯାଆନ୍ତୁ ଏବଂ ସେଠାରେ ସୁରକ୍ଷିତ ରୁହନ୍ତୁ । ପ୍ରାଦେଶିକ ସରକାରଙ୍କ ୱେବସାଇଟ୍ ଅନୁଯାୟୀ, ଟମ୍ବଲର୍ ରିଜ୍ ମାଧ୍ୟମିକ ବିଦ୍ୟାଳୟରେ ୭ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୭୫ ଜଣ ଛାତ୍ରଛାତ୍ରୀ ଅଛନ୍ତି । ​​​​​​​