କ୍ୟାପଟେନ୍ ଅଭିଳାଷା ବାରାକ ହେଲେ ଦେଶର ପ୍ରଥମ ମହିଳା କମ୍ବାଟ ଏଭିଏଟର, ସେନା ପକ୍ଷରୁ କରାଗଲା ସମ୍ମାନିତ

ନୂଆଦିଲ୍ଲୀ,୨୫।୫: କ୍ୟାପଟେନ୍ ଅଭିଳାଷ ବାରାକ କମ୍ବାଟ ଏଭିଏଟର ଭାବରେ ସେନାରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଥିବା ସେ ଦେଶର ପ୍ରଥମ ମହିଳା ଅଧିକାରୀ। ସେନା ପକ୍ଷରୁ ତାଙ୍କୁ ବୁଧବାର ସମ୍ମାନିତ କରାଯାଇଛି। ଅଭିଳାଷା ବାରାକ୍ଙ୍କୁ ଡାଇରେକ୍ଟର ଜେନେରାଲ ଓ କର୍ଣ୍ଣେଲ କମାଣ୍ଡାଣ୍ଟ ଆର୍ମି ଆଭିଏସନ୍ ଦ୍ବାରା ୩୬ ଆର୍ମି ପାଇଲଟଙ୍କ ସହିତ ପ୍ରତିଷ୍ଠିତ ଓ୍ବିଙ୍ଗରେ ସମ୍ମାନିତ କରାଯାଇଛି। ଟ୍ରେନିଂ ପରେ ତାଙ୍କୁ ସାମିଲ କରାଯାଇଛି। ଏହି ଅବସରରେ ଆର୍ମି ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଯୁବ ଏଭିଏଟର୍ସ ଏବେ କମ୍ବାଟ ଏଭିଏସନ୍ ସ୍କ୍ବାଡ୍ରନ୍ରେ ନିଜର ଡେଣା ବିସ୍ତାର କରୁଛନ୍ତି।

ଗତ ବର୍ଷ ଜୁନ୍ରେ ପ୍ରଥମ ଥର ୨ ମହିଳା ଅଧିକାରୀଙ୍କ ଚୟନ ହେଲିକପ୍ଟର ପାଇଲଟ୍ ଟ୍ରେନିଂ ପାଇଁ କରାଯାଇଥିଲା। ଏହି ଦୁହିଁଙ୍କୁ ନାସିକ କମ୍ବାଟ ଆର୍ମି ଏଭିଏସନ୍ ଟ୍ରେନିଂ ସ୍କୁଲରେ ଟ୍ରେନିଂ ଦିଆଯାଇଥିଲା। ସେନାର ସୂଚନା ଅନୁସାରେ, ୧୫ ମହିଳା ଅଧିକାରୀ ଆର୍ମି ଏଭିଏସନ୍ରେ ସାମିଲ ହେବାର ଇଚ୍ଛା ପ୍ରକାଶ କରିଥିଲେ। ଆଗରୁ ଏଭିଏସନ୍ ଡିପାର୍ଟମେଣ୍ଟ ମହିଳାଙ୍କୁ ଏୟାର ଟ୍ରାଫିକ୍ କନଟ୍ରୋଲ ଓ ଗ୍ରାଉଣ୍ଡ ଡ୍ୟୁଟିର ଦାୟିତ୍ବ ଦେଉଥିଲା। ଏବେ ମହିଳାମାନେ ପାଇଲଟ୍ ଭାବରେ ଦାୟିତ୍ବ ଗ୍ରହଣ କରିବେ। ୨୦୧୮ ରେ ବାୟୁସେନାର ଫ୍ଲାଇଂ ଅଫିସର ଅଭନି ଚର୍ତୁଭେଦୀ ଯୁଦ୍ଧ ବିମାନ ଉଡାଇ ପାରୁଥିବା ଦେଶର ପ୍ରଥମ ମହିଳା ପାଲଇଟ୍ ହୋଇଥିଲେ।