ଅଜଣା କାର୍ ଧକ୍କାରେ ଜଣେ ମୃତ

ରେଢାଖୋଲ ୭/୩: ଆଜି ରାତି ପ୍ରାୟ ୯ଟାରେ ରେଢାଖୋଲ ଥାନା ବଡବାହାଲ ନିକଟରେ ଅଜଣା କାର୍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବିଦ୍ୟାଧର ମୁଣ୍ଡା। ବିଦ୍ୟାଧରଙ୍କ ଘର ନିକଟସ୍ଥ ବସ୍ତିରେ ହୋଇଥିବା ବେଳେ ରାତିରେ ସେ ଜାତୀୟ ରାଜପଥକୁ ଅତିକ୍ରମ କରୁଥିଲେ। ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।