କଣ୍ଟାମାଳ, ୨୮।୬: ରାସ୍ତା ଉପରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡ଼ିରହିଛି କାର୍ । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଘଣ୍ଟାପଡ଼ା ମାଣ୍ଡିଆ ଜୋର ରେକଡୋଲ କୁରୁକୁପା ଯିବା ଏହି କାର୍‌ଟି ପୋଡ଼ିଯାଇଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ l କାର୍‌ରେ ବହୁ ପରିମାଣର କଫ୍ ସିରପ୍ ଥିବା ଜଣାପଡ଼ିଛି । ଗତ ବିଳମ୍ବିତ ରାତିରେ କାର୍‌ଟି ଯାଉଥିବା ସମୟରେ କୌଣସି କାରଣରୁ କାର୍‌ଟି ଅଚଳ ହେବାରୁ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ କାର୍‌ରେ ନିଆଁ ଲଗାଇ ଫେରାର ମାରିଥିବା ସନ୍ଦେହ କରାଯାଉଛି । 

ଏ ସମ୍ପର୍କରେ ଖବର ପାଇ ଘଣ୍ଟାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ କାର୍‌ରେ ଥିବା ଏତେ ପରିମାଣର କଫ୍ ସିରପ୍‌କୁ କାହିଁକି ପୋଡ଼ି ଦିଆଯାଇଥିଲା ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି l