PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଠିଆ ହୋଇଥିବା କାରର କାଚ ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼ ୧୯/୧୧: ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ମେଡିକାଲ ରୋଡରେ ରହିଥିବା ଜଏ ମୋବାଇଲ ଦୋକାନକୁ ଜଣେ ବ୍ଯକ୍ତି କାରରେ ଆସିଥିଲେ । ସେ ଦୋକାନ ସାମ୍ନାରେ କାର୍ ରଖି ଦୋକାନକୁ ଆସିଥିଲେ । କିଛି ସମୟ ପରେ ସେ ମୋବାଇଲ ଦୋକାନରୁ ବାହାରି ନିଜ କାର ପାଖକୁ ଫେରିଥିଲେ ।କାର ପାଖରେ ପହଞ୍ଚି ଦେଖିଲେ କାର ସମ୍ମୁଖ କାଚ ଭଙ୍ଗା ହୋଇଛି ଏବଂ ଭିତର ଡେସବୋର୍ଡ ଖୋଲା ପଡିଛି। କାର ମାଳିକ ଏହାଦେଖି କାରର କାଚ୍ ଭାଙ୍ଗି ଡେସବୋଡରେ ରଖିଥିବା ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜାଣି ଟାଉନ୍ ଥାନାକୁ ଫୋନ ଯୋଗେ ଘଟଣା ଜଣାଇଥିଲେ । ଟାଉନଥାନା ପୁଲିସ ଖବର ପାଇ ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରେ ୨ ଜଣ ଯୁବକ ହେଲମେଟ ପିନ୍ଧି ଓଆର ୧୭ ଜି ୧୯୫୯ ନମ୍ବର ସିବିଜେଡ ବାଇକ୍ ରେ ଆସି କାରର କାଚ୍ ଭାଙ୍ଗି ଡେସବୋଡ ଖୋଲି ଟଙ୍କା ଲୁଟି ନେଇ ଝାରସୁଗୁଡା ପଟେ ଫେରାର ହୋଇଛନ୍ତି । ପୁଲିସ୍ ସିସିଟିଭି ଫୁଟେଜ ଓ ବାଇକ୍ ନମ୍ବର ସମସ୍ତ ଥାନାକୁ ଖବର ଦେଇ ଟାଉନ ପୁଲିସ ବାଇକ୍ କୁ ଖୋଜିବା ଆରମ୍ଭ କରିଛି ।