PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଥାନା ସମ୍ମୁଖରେ ହୁତୁହୁତି ହୋଇ ଜଳି ଗଲା କାର୍, ଯାତ୍ରୀ ସୁରକ୍ଷିତ ଉଦ୍ଧାର

ତେଲକୋଇ ୨୩/୫: ହଠାତ୍ ଲାଗିଲା ନିଆଁ। ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍। ଦେଖୁ ଦେଖୁ ଭସ୍ମିଭୂତ ହୋଇଗଲା ଗାଡ଼ି। ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଦୁଇଯାତ୍ରୀ। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ସମ୍ମୁଖରେ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।

ସୂଚନା ମୁତାବକ , ମଙ୍ଗଳବାର ଦିନ ପ୍ରାୟ ୧୦ଟା ସମୟରେ (ଓଡ଼ି ୧୯ଇ ୪୪୪୪) ନମ୍ୱର ବିଶିଷ୍ଟ ରେନୋଲ୍ଡ ଡଷ୍ଟର୍ କାର ଅନୁଗୁଳ ଜିଲ୍ଲା ଅଞ୍ଚଳରୁ କେନ୍ଦୁଝର ବିଲେଇପଦା ଅଭିମୁଖେ ଯାଉଥିବା ବେଳେ କାଞ୍ଜିପାଣି ଥାନା ସମ୍ମୁଖରେ ଗାଡ଼ିକୁ ରଖି ଜିନିଷ କିଣା କିଣି କରୁଥିଲେ । ଏହି ସମୟରେ ଗାଡ଼ିର ସମ୍ମୁଖ ଭାଗରୁ ଧୁଆଁ ବାହାରୁଥିବା ଲୋକେ ଦେଖି ଥିଲେ । ସଙ୍ଗେ ସଙ୍ଗେ ଗାଡ଼ି ଇଞ୍ଜିନ ପାଖରେ କୌଣସି ଯନ୍ତ୍ରାସଂ ଫାଟିଥିଲା ଏବଂ ନିମିଷକ ମଧ୍ୟରେ ଗାଡ଼ି ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା କାର । ଏହା କାଞ୍ଜିପାଣି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କାରଟି ଧୂଆଁ ବାହାରୁଥିବା ଦେଖି ଅନ୍ୟ ଯାତ୍ରୀମାନେ ଭୟରେ ଓହ୍ଲାଇ ପଡିଥିଲେ। ଏହାପରେ କାରଟି ସଂପୂର୍ଣ୍ଣ ଜଳି ଯାଇଥିଲା I